ବଲାଙ୍ଗୀର ଶାନ୍ତିପଡାରେ ଜଣେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ । ଶାନ୍ତିପଡାରେ ରହୁଥିବା ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଯାଇଥିଲେ ଜଣେ ବନ୍ଧୁକଧାରୀ ଯୁବକ । ସେତେବେଳେ ଦିବ୍ୟଲୋଚନ ଠାକୁର ଘରେ ପୂଜା କରୁଥିଲେ । ଯୁବକଙ୍କୁ ଦେଖି ଦିବ୍ୟଲୋଚନ ଭାବିଥିଲେ ଏସି ମରାମତି କି ଇଲେକ୍ଟ୍ରିସିଆନ ହୋଇଥିବେ । କିନ୍ତୁ ସେ ଯେତେବେଳେ ବନ୍ଧୁକ ଦେଖାଇ ତୋ ଭାଣିଜୀ କୁଆଡେ ଗଲା ବୋଲି ପଚାରିଲା, ସେତେବେଳେ ଭୟରେ ଥରିବାକୁ ଲାଗିଥିଲେ ଦିବ୍ୟଲୋଚନ । ଏପରିକି ତାଙ୍କ ନାବାଳକ ପୁଅକୁ ମଧ୍ୟ ମାରିଦେବାକୁ ଧମକ ଦେଇଥିଲା ଦୁର୍ବୃତ୍ତ । ଦିବ୍ୟଲୋଚନ ଧରିନେଇଥିଲେ ଜଣେ ଆତଙ୍କବାଦୀ ତାଙ୍କ ଘରେ ପଶି ଯାଇଛି । କୌଣସିମତେ ସେ ତାଙ୍କ ସ୍ତ୍ରୀ ଓ ପୁଅ ସହ ପାଖ ଘର ଭିତରକୁ ପଶିଯାଇଥିଲେ ଏବଂ ଭିତର ପଟୁ କବାଟ ଦେଇଥିଲେ । ଦୀର୍ଘ ଚାରିଘଣ୍ଟା ଧରି ଗୋଟିଏ ଘର ଭିତରେ ସେମାନଙ୍କୁ ଭୟ ଓ ଆତଙ୍କ ଭିତରେ ରହିବାକୁ ପଡିଥିଲା । ପରିବାରର ତିନିଜଣଯାକ ବନ୍ଧୁକଧାରୀ ଯୁବକଙ୍କ ଦ୍ବାରା ବନ୍ଧକ ରହିଥିବା ଖବର ଜଣାପଡିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ଏସପି ମଧ୍ୟ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀକୁ ଡକାଯାଇଥିଲା । ନିବୁଜ ଘରର ପଛପଟ ଝରକା ଦେଇ ଅଗ୍ନିଶମ କର୍ମଚାରୀମାନେ ତିନିଜଣଯାକଙ୍କୁ ଉଦ୍ଧାର କରିଥିଲେ । ମାତ୍ର ବନ୍ଧୁକଧାରୀ ଯୁବକ ଗୋଟିଏ ଘର ଭିତରେ ରହିଥିବାରୁ ତାଙ୍କ ପାଖକୁ ଯିବା ସମ୍ଭବ ହୋଇପାରି ନ ଥିଲା । ଯୁବକଙ୍କୁ ଧରିବାକୁ ପୋଲିସ ଆରମ୍ଭ କରିଥିଲା ଅଭିଯାନ । ଯେହେତୁ ଯୁବକଙ୍କ ପାଖରେ ବନ୍ଧୁକ ରହିଥିଲା, ତେଣୁ ଏସପି ବୁଲେଟ ପ୍ରୁଫ ଜାକେଟ ପିନ୍ଧି ଯୁବକଙ୍କ କଥା ହେବାକୁ ଚାହିଁଥିଲେ ବି ବିଫଳ ହୋଇଥିଲେ ।
ଯୁବକଙ୍କ ନାଁ ବିକ୍ରମ ପଣ୍ଡା । ଏ ଖବର ଜଣାପଡିବା ପରେ ପୋଲିସ ବିକ୍ରମଙ୍କ ମାଆ ଓ ସାଙ୍ଗମାନଙ୍କ ସହାୟତାରେ ବିକ୍ରମକୁ ଧରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ କୌଣସି କଥାରେ ରାଜି ହୋଇ ନଥିଲା ବିକ୍ରମ । ଭିତରପଟୁ ଘର ବନ୍ଦ କରି ବିକ୍ରମ ରହିଥିବା ବେଳେ ବାହାରେ ଜଗି ରହିଥିଲା ପୋଲିସ । କାଳେ କୌଣସି ଅଘଟଣ ଘଟାଇବ, ସେଥିପାଇଁ ସଜାଗ ରହିବା ସହ ଥରକୁ ଥର ତାର ସାଙ୍ଗ ଓ ସଂପର୍କୀୟଙ୍କୁ ପଠାଇଥିଲା ପୋଲିସ । ମାତ୍ର କାହାରି କଥାରେ ରାଜି ହୋଇ ନଥିଲା ସେ । ବରଂ ଭିତରକୁ ଆସିଲେ ଗୁଳି କରି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା । ଶେଷରେ ଅତର୍କିତ ଭାବେ ପୋଲିସ ଘର ଭିତରକୁ ପଶି ଯୁବକଙ୍କୁ କାବୁ କରିଥିଲା । ପୋଲିସ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି ।
ଗୃହମାଲିକ ବିକ୍ରମ କହିଛନ୍ତି, ସେ ଯୁବକଙ୍କୁ ଜାଣିନାହାଁନ୍ତି । ତେବେ ସେ ତାଙ୍କ ଭାଣିଜୀ କୁଆଡେ ଗଲା ବୋଲି ପଚାରିଥିଲା । ତେଣୁ ଦିବ୍ୟଲୋଚନଙ୍କ ଭାଣିଜୀକୁ ପାଗଳ ଯୁବକ ଜଣକ ଏକତରଫା ପ୍ରେମ କରୁଥାଇପାରେ ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here