ବାତ୍ୟା ୟାସ୍ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁଲା ପରେ ଉପକୂଳ ଅତିକ୍ରମ କରିଛି ବାତ୍ୟା । ବାତ୍ୟାକୁ ନେଇ ଉପକୂଳରେ ବିପଦ ଟଳିଛି । ଯଦିଓ ଭେରି ସିଭିୟର ସାଇକ୍ଲନିକ ଷ୍ଟର୍ମ ରୂପ ନେଇଥିଲା ୟାସ, କିନ୍ତୁ ଲ୍ୟାଣ୍ଡଫଲ୍ ହେଲା ବେଳକୁ ପ୍ରକୋପ କମିଥିଲା । ପବନର ବେଗ ଘଣ୍ଟାକୁ 185 କିଲୋମିଟର ବେଗ ରହିବ ବୋଲି କୁହାଯାଉଥିଲେ ହେଁ 130 କିଲୋମିଟର ବେଗ ରହିଥିବା କୁହାଯାଉଛି । ବାତ୍ୟା ଯୋଗୁ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଓ ମୟୁରଭଞ୍ଜରେ ବହୁ ଗଛ ଭାଙ୍ଗିପଡିଥିଲେ ହେଁ ଧନଜୀବନ ହାନୀ ହୋଇନାହିଁ । କଟକ, ଭୁବନେଶ୍ବର ଓ ପୁରୀରେ କେବଳ ବର୍ଷା ବ୍ୟତୀତ ବାତ୍ୟାର ପ୍ରକୋଭ ଅନୁଭୂତ ହୋଇନାହିଁ । ଆସନ୍ତା ବାରଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଓଡିଶାରେ ବର୍ଷା ଲାଗି ରହିବ ବୋଲି କୁହାଯାଇଛି । ମୟୁରଭଞ୍ଜରେ ଆସନ୍ତା ଦୁଇ ତିନିଘଣ୍ଟା ପବନର ବେଗ 90 ରୁ 110 କିଲୋମିଟର ରହିପାରେ । ତେବେ ମୋଟାମୋଟି ଭାବେ ଓଡିଶା ଉପକୂଳରେ ବିଶେଷ କିଛି କ୍ଷତି କରିନାହିଁ ୟାସ୍ ।

LEAVE A REPLY

Please enter your comment!
Please enter your name here