ବାବା ରାମଦେବଙ୍କ ପ୍ରତି ସରକାର ଏତେ ଉଦାର କଣ ପାଇଁ ? ନିଜ ବକ୍ତବ୍ୟ ଫେରାଇ ନେଲେ କଣ ସମସ୍ୟାର ସମାଧାନ ହୋଇଗଲା କି ? ରାମଦେବ ଯାହା କରିଛନ୍ତି, ତାହା କ୍ଷମଣୀୟ କି ? ସମଗ୍ର ଦେଶ କୋଭିଡକୁ ନେଇ ଲଢୁଥିବା ବେଳେ ଏବଂ ଚିକିତ୍ସା ବିଜ୍ଞାନୀମାନେ ସେମାନଙ୍କର ଗବେଷଣା ଜାରି ରଖିଥିବା ବେଳେ ବାବା ରାମଦେବ ଏଲୋପାଥିକ ଔଷଧ ଖାଇ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ଏବଂ ଏଲୋପାଥିକ ଔଷଧ ଫେଲ୍ ହୋଇଛି ବୋଲି କହିବା କେବଳ ଏଲୋପାଥିକ ସାଇନ୍ସ ପ୍ରତି ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ନୀତି ବିରୋଧୀ । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ପକ୍ଷରୁ ରାମଦେବ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଉଲ୍ଲେଖ କରି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିବା ଏବଂ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ପରେ କେନ୍ଦ୍ର ସରକାରଙ୍କ ନରମ ଆଭିମୁଖ୍ୟ ଦେଶର ଏଲୋପାଥିକ ଡାକ୍ତରମାନଙ୍କୁ ହତୋତ୍ସାହିତ କରିଛି । ସ୍ବାସ୍ଥ୍ୟମନ୍ତ୍ରୀ ରାମଦେବଙ୍କୁ ଚିଠି ଲେଖି ମନ୍ତବ୍ୟ ପ୍ରତ୍ୟାହାର କରିବା ପାଇଁ କହିବା ପରେ ରାମଦେବ ମନ୍ତବ୍ୟ ପ୍ରତ୍ୟାହାର କଲେ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି । ମାତ୍ର ରାମଦେବଙ୍କ ଆଭିମୁଖ୍ୟ ଯାହା, ତାଙ୍କ ବିରୋଧରେ କେନ୍ଦ୍ର ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ରହିଛି । ନିଜ ବ୍ୟବସାୟ ବଢାଇବା ପାଇଁ ରାମଦେବ ଏଲୋପାଥିକ ବିରୋଧରେ ପ୍ରଚାର କରିବା ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ଦେଶର ସ୍ବାସ୍ଥ୍ୟ ଅବସ୍ଥାକୁ ଯେ ଆହୁରି ବିଗାଡି ନ ଦେବ, ଏହା ନିଃସନ୍ଦେହ ।

LEAVE A REPLY

Please enter your comment!
Please enter your name here