ଭୁବନେଶ୍ୱରରେ ମିଳିବ କମ୍ ଦାମରେ ଘର । ଏଥିପାଇଁ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ଯୋଜନା । ଖୁବଶୀଘ୍ର ଡୁମଡୁମା ଅଞ୍ଚଳରେ ଏକ ପାଞ୍ଚ ମହଲା ବିଶିଷ୍ଟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଏହି ପ୍ରକଳ୍ପରେ ୧୯୮ ଟି ଫ୍ଲାଟ ରହିବ । ଫ୍ଲାଟ୍ ପିଛା ଦର ରହିଛି ୪ ଲକ୍ଷ ୧୬ ହଜାର । ନିମ୍ନ ଆୟକାରୀ , ସ୍ୱଳ୍ପ ଆୟକାର ଓ ମଧ୍ୟମ ଆୟକାରୀ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ଏହି ଯୋଜନା କରାଯାଉଛି । ଡୁମଡୁମାରେ ଦୁଇ ଏକର ଶହେ ଡିସିମିଲ ଜମି ଉପରେ ଶୁଭଦ୍ରା ଏନକ୍ଲେଭ ନାଁରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ସେହିପରି କଟକର ବିଦ୍ୟାଧରପୁରଠାରେ ମଧ୍ୟ ୧୯୬ଟି ଫ୍ଲାଟ ବିଶିଷ୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଉଦଘାଟନ ଆଜି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬୦ଟି ଫ୍ଲାଟ୍ ବିକ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି । ୪୨ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୁର୍ଣ୍ଣ ହେବ । ପାଇପ ଯୋଗେ ପାନୀୟ ଜଳ ଯୋଗାଣ ସହ ପରିମଳ ବ୍ୟବସ୍ଥା , ନାଳ, ପାର୍କ, ବିଜୁଳିର ସୁବିଧା ରହିବ ସେହି ଫ୍ଲାର୍ଟରେ । ସମସ୍ତ ଫ୍ଲାଟକୁ ଲିଫ୍ଟ ସଂଯୋଗ ଏବଂ ଜେନେରେଟର ସେଟ୍ ରହିବ ।

LEAVE A REPLY

Please enter your comment!
Please enter your name here