ଏଏସଓ ପରୀକ୍ଷାକୁ ନେଇ ହାଇକୋର୍ଟଙ୍କ ବଡ ରାୟ । ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ପ୍ୟୁଟର ଟେଷ୍ଟ କଲେ ବି ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ । କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ କରିପାରିବନି ଓପିଏସସି । ଏଏସଓ ପରୀକ୍ଷା ମୂଲ୍ୟାୟନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିଲେ ପରୀକ୍ଷାର୍ଥୀ । ଶୁଣାଣି ଶେଷ ନ ହେବା ଯାଏଁ ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶ ହେବନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡ଼ିସେମ୍ବର ୨୦ ।

LEAVE A REPLY

Please enter your comment!
Please enter your name here