ମଦ ପିଇ ଭାଇ ପୁରା ଚୁର୍ । ନିଶାଶକ୍ତ ଅବସ୍ଥାରେ କଣ କରୁଛନ୍ତି ନିଜେ ବି ଜାଣି ପାରୁନାହାଁନ୍ତି । ହେଇ ଦେଖୁନାହାଁନ୍ତି । ଭାଇ ଆମର ଏସବିଆଇ ଏଟିଏମ ଭିତରକୁ ପଶିଲେଣି । ବୋଧେ ଟଙ୍କା ଉଠାଇବେ । ନା ଭାଇ ଆମର ଅଲଗା କିଛି କଲେଣି । ଏଟିଏମକୁ ବୋଧେ ବାଥରୁମ ଭାବି ଦେଇଛନ୍ତି । ନାଲି ପାଣି ପଡିଯାଇଛି ମାନେ ସବୁ ତ ଏପଟ ସେପଟ ଦେଖାଯିବ । ଏଟିଏମରେ ଭିତରେ ବାବୁ ପରିସ୍ରା କରୁଛନ୍ତି । ଏ ଭିଡିଓ ଦେଖି ଆପଣ ନିଶ୍ଚିତ ଭାବୁଥିବେ ଏ ଭଦ୍ର ବ୍ୟକ୍ତି କୋଉ ଯାଗାର । ଭଦ୍ରବ୍ୟକ୍ତିଙ୍କ ପରିଚୟ ଜାଣିଲେ ଆପଣ ତାଜୁବ ହୋଇଯିବେ । ଏ ବାବୁ ସାଧାରଣ ଲୋକ ନୁହଁନ୍ତି, ବାରିପଦା ରିଜର୍ଭ ପୋଲିସ କର୍ମଚାରୀ ସମୀର ସେଠୀ । ଆଉ ସ୍ଥାନ ହେଉଛି ଖୋଦ୍ ବାରିପଦା ସହରର ପୌର ପରିଷଦ ଅଫିସ ନିକଟରେ ଥିବା ଏସବିଆଇ ଏଟିଏମରେ । ଏହି ଭିଡିଓ ଏବେ ଜିଲ୍ଲାପ୍ରଶାସନ ଏବଂ ପୋଲିସ ବିଭାଗ ପାଇଁ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ଘଟଣାରେ ପ୍ରତିକ୍ରିୟା ଦେବା ବଦଳରେ ନିରବତା ଅବଲମ୍ବନ କରୁଛନ୍ତି ବିଭାଗୀୟ ଅଧିକାରୀ । ଗତ ବୁଧବାର ରାତିରେ ଏଟିଏମ ଭିତରେ ପୋଲିସ କର୍ମଚାରୀ ସମୀର ସେଠୀ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପରିସ୍ରା କରିବା ଭଳି ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଚକିତ କରିଦେଇଥିଲା । ଆଉ ଟଙ୍କା ଉଠାଇବାକୁ ଆସିଥିବା ଲୋକମାନେ ଏଭଳି ଦୃଶ୍ୟ ନିଜ ନିଜ ମୋବାଇଲରେ କଏଦ କରିଥିଲେ । ଅନ୍ୟପଟେ ଏଭଳି ଲଜ୍ୟାଜନକ ଘଟଣା ଜଣେ ସାଧାରଣ ଲୋକ ଦ୍ୱାରା ଘଟିଥିଲେ ପୋଲିସ କାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରିସାରନ୍ତାଣି । ହେଲେ ଏ କ୍ଷେତ୍ରରେ ପୋଲିସ କୌଣସି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ କର୍ମଚାରୀ ପୂର୍ବରୁ ମଧ୍ୟ ବେତନଟି ଅଞ୍ଚଳରେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଏବେ ଏହି ସମ୍ପୃକ୍ତ କର୍ମଚାରୀ ବିନା ଅନୁମତିରେ ଛୁଟିରେ ରହିଥିବା ସୁଚନା ମିଳିଛି । ପୋଲିସ କର୍ମଚାରୀଙ୍କ ଏଭଳି ବିଶୃଙ୍ଖଳିତ ଆଚରଣକୁ ବିଭାଗ କେମିତି ଗ୍ରହଣ କରୁଛି ତା ଉପରେ ସମସ୍ତଙ୍କ ନଜର ।\nବାରିପଦାରୁ ଘାସିରାମ ବେହେରାଙ୍କ ରିପୋର୍ଟ ତକ୍ଷକ ନ୍ୟୁଜ୍ ।

LEAVE A REPLY

Please enter your comment!
Please enter your name here