ଶ୍ରମିକଙ୍କ ପାଇଁ ଖୁସି ଖବର । ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାର । ତିନି ବର୍ଷ ପରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାରରେ ସଂଶୋଧନ ହୋଇଛି । ସଂଶୋଧନ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜି ଓଡ଼ିଶା ସରକାରଙ୍କ ତରଫରୁ ସାରା ରାଜ୍ୟ ପାଇଁ ସର୍ବନିମ୍ନ ମଜୁରୀ ହାର ସଂଶୋଧନ ବିଜ୍ଞାପନକୁ ଗେଜେଟରେ ପ୍ରକାଶ କରାଗଲା । ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇ ମାସ ମଧ୍ୟରେ ସମ୍ପର୍କିତ ସଂସ୍ତା ଓ ବ୍ୟକ୍ତିବିଶେଷଙ୍କ ଠାରୁ ଏନେଇ ପ୍ରସ୍ତାବ ଗ୍ରହଣ କରାଯାଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ସଂଶୋଧନ ଅନୁସାରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକମାନେ ନୂତନ ଦରରେ ଶ୍ରମ ମୂଲ୍ୟ ପାଇବେ । ସଂଶୋଧନ ଅନୁସାରେ ଅଣକୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରୀ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ଏହି ହିସାବରେ ଅଣକୁଶଳୀ ଶ୍ରମିକମାନେ ଦୈନିକ ମଜୁରୀ ୨୮୦ ଟଙ୍କା ପାଇବେ। ପୂର୍ବରୁ ସେମାନେ ୨୦୦ ଟଙ୍କା ପାଇ ଆସୁଥିଲେ। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୪୫ ପ୍ରତିଶତକୁ ବୃଦ୍ଧି ଘଟିଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୨୨୦ ଟଙ୍କାରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୫୪ ପ୍ରତିଶତ ବୃଦ୍ଧି ହୋଇଛି। କୁଶଳୀ ଶ୍ରମିକମାନେ ଦୈନିକ ମଜୁରୀ ୨୪୦ ଟଙ୍କାରୁ ୩୭୦ ଟଙ୍କା ପାଇବେ। ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୦ ପ୍ରତିଶତ ବୃଦ୍ଧି ହୋଇଛି। ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରୀ ୨୬୦ରୁ ୪୩୦ ଟଙ୍କା ବଢ଼ିଛି। ୧୫ଟି ନିୟୋଜନରେ ଠିକାକାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରୀ ବୃଦ୍ଧି ଘଟିଛି।

LEAVE A REPLY

Please enter your comment!
Please enter your name here