ଭାରତୀୟ କୁସ୍ତି ମହାସଂଘ (wfi) ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ । ପୂର୍ବରୁ ମଧ୍ୟ ମହିଳା କୁସ୍ତି କ୍ରୀଡାବିତମାନେ ବ୍ରିଜଭୂଷଣଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ଧାରଣାରେ ବସିଥିଲେ । ମାତ୍ର କିଛି ଲାଭ ହୋଇ ନ ଥିଲା । ଏଥର ପୁଣି ଦିଲ୍ଲୀ ଯନ୍ତରମନ୍ତର ଠାରେ ବ୍ରିଜଭୂଷଣଙ୍କ ବିରୋଧରେ ଧାରଣା ଦେଇଛନ୍ତି କୁସ୍ତି କ୍ରୀଡାବିତମାନେ । ଗତବର୍ଷ ଧାରଣା ଦେଇଥିବା ବେଳେ ଏକ କମିଟି ଗଠନ କରି ଅଭିଯୋଗର ତଦନ୍ତ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଫଳ ଶୂନ୍ । ଏଥର ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି କହିଛନ୍ତି । ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗତ କହିଛନ୍ତି, ଅନେକ କୁସ୍ତି କ୍ରିଡାବିତ ସାଂସଦ ବ୍ରିଜଭୂଷଣଙ୍କ ଦ୍ବାରା ଯୌନ ଉତ୍ପୀଡନର ଶୀକାର ହେଉଛନ୍ତି । ସାତଜଣ ମହିଳା କୁସ୍ତି ଖେଳାଳି ଦିଲ୍ଲୀ କନଟପ୍ଲେସ ଥାନାରେ ବ୍ରିଜଭୂଷଣଙ୍କ ବିରୋଧରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଫର୍ଯ୍ୟନ୍ତ ଏତଲା ଦାୟର କରିନାହିଁ । କ୍ରୀଡାମନ୍ତ୍ରୀ ଅୁରାଗ ଠାକୁରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ମଧ୍ୟ କୁସ୍ତି ଖେଳାଳିମାନେ ବିଫଳ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here