ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ରାଜ୍ୟ ସରକାର ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘୫ଟି’ କାର୍ଯ୍ୟକାରୀ କରିବେ । ସମସ୍ତ ଜିଲ୍ଲା ମୁଖ୍ୟ ଦପ୍ତର ହସ୍ପିଟାଲ ଓ ପୁଲିସ ଥାନା ଗୁଡିକରେ ଏହା କାର୍ଯ୍ୟକାରୀ କରାଯିବ । ସାଧାରଣ ଲୋକ ଆଉ ହଇରାଣ ହରକତ ହେବେ ନାହିଁ । ନବୀନ କହିଛନ୍ତି, ମୋ ସରକାର ଟିମ୍ ୱାର୍କ,ଟ୍ରାନ୍ସଫରେନ୍ସି,ଟେକ୍ନୋଲୋଜି, ଟାଇମ୍, ଓ ଟାନ୍ସଫର୍ମେସନ ଉପରେ ଗୁରୁତ୍ୱ ଦେଇ ଆସୁଛି । କରଦାତାଙ୍କ ଟଙ୍କାରେ ସରକାର ଚାଲିଛି । ଏବଂ ଲୋକଙ୍କ ସେବା କରୁଛି । ମୁଁ ଆପଣମାନଙ୍କର ମୁଖ୍ୟମନ୍ତ୍ରୀ । ମୁଁ ସିଧାସଳଖ ଆପଣମାନଙ୍କର ଅଭାବ ଅସୁବିଧା ସମ୍ପର୍କରେ ଫୋନ କରି ପଚାରି ବୁଝିବି । ଡାକ୍ତରଖାନା, ପୋଲିସ ଥାନା ଓ ସରକାରୀ ଅଫିସରେ ଯେପରି ସାଧାରଣ ଲୋକମାନେ ଉପକୃତ ହେବେ ତା ଉପରେ ସରକାର ଧ୍ୟାନ ଦେଉଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here