ଗିରଫ ହେଲେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆୟର୍ନ ଖାନ୍ ।

ନିଶା କବଳରେ ଆୟର୍ନ ଖାନ୍ । ବଲିଉଡ୍ ସୁପରଷ୍ଟାର ଶାହରୁଖ୍ ଖାନଙ୍କ ପୁଅ ଆୟର୍ନ ଖାନ୍ । ବୁଡା ଜାହାଜରେ ରେଭ୍ ପାର୍ଟିରେ ସାମିଲ ଥିଲେ ଆୟର୍ନ । ବହୁ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ପୁଅ ଝିଅ ଏହି ରେଭ୍ ପାର୍ଟିରେ ସାମିଲ ଥିଲେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ଜାହାଜରେ ଏହି ରେଭ୍ ପାର୍ଟି ଚାଲିଥିବା ବେଳେ ଚଢାଉ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏନସିବି ଟିମ୍ ଆୟର୍ନଙ୍କ ସମେତ ନିଶାଗ୍ରସ୍ତ 8 ଜଣ ଯୁବକ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି । ଅଭିନେତା ଶକ୍ତି କପୁରଙ୍କ ପୁଅ ମଧ୍ୟ ଏହି ପାର୍ଟିରେ ଥିବା କୁହାଯାଉଛି । ଆୟର୍ନଙ୍କ ମୋବାଇଲ ଫୋନ ଜବତ କରି ଖୋଳତାଡ କରୁଛି ଏନସିବି ।
ଏନସିବି ଡିଜି ସତ୍ୟନାରାୟଣ ପ୍ରଧାନ ଦେଇଥିବା ସୂଚନା ଅନୁଯାୟୀ ଏଭଳି ନିଶା କାରବାର ସଂପର୍କରେ ବହୁ ପୂର୍ବରୁ ସୂଚନା ରହିଥିଲା । ସୂଚନା ଆଧାରରେ ଏନସିବି ଚଢାଉ କରିଥିଲା ବେଳେ ଆୟର୍ନଙ୍କ ସମେତ ଯୁବକଯୁବତୀମାନେ ନିଶାରେ ଚୁର୍ ଥିଲେ । ତିନିଜଣ ଯୁବତୀ ଦିଲ୍ଲୀରୁ ଆସି ସାମିଲ ହୋଇଥିଲେ । ଚଢାଉ ବେଳେ ଚରସ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରିଛି ଚିମ୍ । ରେଭ୍ ପାର୍ଟି ଆୟୋଜନ କରିଥିବା ବ୍ୟକ୍ତିଙ୍କୁ ସମନ କରାଯାଇଥିବା ସୂଚନା ମିଳିଛି । ଏହି ପାର୍ଟିରେ ସାମିଲ ହେବା ପାଇଁ ଏଣ୍ଟ୍ରି ଫି 60 ହଜାର ଟଙ୍କାରୁ 5 ଲକ୍ଷ ଟଙ୍କା ରହିଥିଲା ।

LEAVE A REPLY

Please enter your comment!
Please enter your name here