ମିଠୁ ସଂକ୍ରମଣ ବଢିବାରେ ଲାଗିଛି. ଆଉ ମିଠୁ ସଂକ୍ରମଣର ଶିକାର ହୋଇଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସ. ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ଯତୀନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ନିଶା ବୋରା. ସେ ଟୁଇଟ୍ କରି ଅଭିଯୋଗ କରିଛନ୍ତି, 2004ରେ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଯତୀନ ଦାସଙ୍କ ସହ ତାଙ୍କର ଦେଖା ହୋଇଥିଲା. ସେ ତାଙ୍କ ପରିବାର ସହ ସେଠାକୁ ଯାଇଥିଲେ ଏବଂ ଶ୍ବଶୁରଙ୍କ ଜରିଆରେ ତାଙ୍କର ଯତୀନ ଦାସଙ୍କ ସହ ପରିଚୟ ହୋଇଥିଲା. ଆଳାପ ଭିତରେ ଯତୀନ ତାଙ୍କୁ ଅଳ୍ସଦିନ ପାଇଁ ସହାୟତା କରିବାକୁ ନିଶାଙ୍କୁ ପ୍ରସ୍ତାବ ଦେଇଥିଲେ. ଯେହେତୁ ସେ ଚିତ୍ରଶିଳ୍ପୀଙ୍କ ଫ୍ୟାନ୍ ଥିଲେ, ତେଣୁ ଆଗ୍ରହର ସହ ପ୍ରସ୍ତାବରେ ରାଜି ହୋଇଗଲେ. ଯେଉଁଦିନ ସେ ଯତୀନଙ୍କ ଖିଡକିସ୍ଥିତ ଷ୍ଟୁଡିଓକୁ ଗଲେ, ସେଦିନ ଯତୀନ ତାଙ୍କୁ ପ୍ରଥମେ ହ୍ବିସ୍କି ନେବାକୁ କହିଲେ. ସେ ମନା କରିବା ପରେ ଯତୀନ ତାଙ୍କୁ ଧରିବା ପାଇଁ ଉଦ୍ୟମ କଲେ ଏବଂ ଓଠରେ ଜବରଦସ୍ତ ଚୁମ୍ବନ ଦେଲେ. ଏ ଘଟଣାକୁ ନେଇ ସେ ଖୁବ୍ ଲଜ୍ଜିତ ଅନୁଭବ କରିଥିଲେ.

LEAVE A REPLY

Please enter your comment!
Please enter your name here