15 ରାଉଣ୍ଡ ଗଣତି ସୁଦ୍ଧା ରୁଦ୍ର ପ୍ରତାପ 16 ହଜାର 640 ଭୋଟରେ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କୁ 59 ହଜାର 185 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରୀତଙ୍କୁ 42 ହଜାର 245 ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର 3 ହଜାର 3 ଖଣ୍ଡ ଭୋଟ ମିଳିଛି ।
ଦ୍ବାଦଶ ରାଉଣ୍ଡ ଗଣତି ସୁଦ୍ଧା ରୁଦ୍ର ପ୍ରତାପ 13 ହଜାର 419 ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ।
ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ 11 ହଜାର 196 ଭୋଟରେ ଆଗୁଆ ରହିଛନ୍ତି ।
ନବମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ 8856 ଭୋଟରେ ଆଗୁଆ ରହିଛନ୍ତି । ରୁଦ୍ରଙ୍କୁ 34 ହଜାର 909 ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରୀତଙ୍କୁ 25531 ଭୋଟ ମିଳିଛି ।
ପିପିଲି ବିଧାନସଭା ଉପନିର୍ବାଚନର ଭୋଟ ଗଣତିରେ ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଆଗରେ ଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ଠାରୁ 7630 ଭୋଟରେ ଆଗୁଆ ରହିଥିଲେ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ 27 ହଜାର 517 ଭୋଟ ମିଳିଥିବା ବେଳେ ବିଜେପିର ଆଶ୍ରୀତ 19,887 ଖଣ୍ଡ ଭୋଟ ପାଇଛନ୍ତି ।
ଷଷ୍ଠ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୬,୩୨୪ଟି ଭୋଟ୍‌ରେ ଆଗୁଆ ରହିଥିଲେ ।
କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା ଠାରୁ ବହୁ ପଛରେ ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here