‘ବ୍ଲାକ ପଙ୍ଗସ’କୁ ନେଇ ଏବେ ସମସ୍ତେ ଭୟବୀତ । ‘ବ୍ଲାକ ପଙ୍ଗସ’ରୁ କେମିିତି ନିଜକୁ ଦୂରେଇ ରଖିବେ । କଣ କରିବେ ଆପଣ । ବିଶେଷକରି ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି ତାଙ୍କ ପାଖରେ ବ୍ଲାକ ପଙ୍ଗସର ଲକ୍ଷଣ ଦେଖିବାକୁ ମିଳୁଛି । ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଗ୍ୟ ଡାକ୍ତର ନୀରଜ ମିଶ୍ର ବତାଇଛନ୍ତି ଉପାୟ । ସାଧାରଣତଃ ‘ବ୍ଲାକ ପଙ୍ଗସ’ ମାଟିରେ ଥାଏ । କରୋନାରୁ ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନେ ସତର୍କ ରହିବା ଜରୁରୀ । ଯାହାର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ତାଙ୍କୁ ଆକ୍ରାନ୍ତ କରେ । ଡାଇବେଟିସ୍ ଭଳି ଦୂରାରୋଗ୍ୟ ଆକ୍ରାନ୍ତ ହେବା ବେଶି ସମ୍ଭାବନା ରହିଛି । ‘ବ୍ଲାକ ପଙ୍ଗସ’ରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ଉଚିତ୍ । ମାସ୍କ ପିନ୍ଧିବା, ଫୁଲ ସାର୍ଟ ଓ ଫୁଲ୍ ପ୍ୟାଣ୍ଟ ପିନ୍ଧିବା ଜରୁରୀ । ବଗିଚା କାମ କଲେ ହାତରେ ଗ୍ଲୋଭ୍‌ସ ଓ ପାଦରେ ଗନ୍ ବୁଟ୍ ପିନ୍ଧିବା । ସୁଗାର ଲେବୁଲ ସ୍ଥିର ରଖିବା ଓ କମ ଷ୍ଟିରଏଡ ବ୍ୟବହାର କରିବା । ଆଖି ଲାଲ ପଡିଲେ ଓ ନାକରୁ କଳା ପାଣି ବାହାରିଲେ ଡାକ୍ତରଙ୍କୁ ତୁରନ୍ତ ଦେଖାନ୍ତୁ । ଡେରି କଲେ ଫୁସଫୁସ ଓ ବ୍ରେନକୁ ସଙ୍କ୍ରମିତ କରିପାରେ ଏହି ‘ବ୍ଲାକ ପଙ୍ଗସ’ । ଏହା ସଙ୍କ୍ରମିତ ନୁହେଁ , ଠିକ ସମୟରେ ଚିିକିତ୍ସା କଲେ ସୁସ୍ଥ ହେବେ ।

LEAVE A REPLY

Please enter your comment!
Please enter your name here