ପ୍ୟାକେଟ୍ ଉପରେ ତାରିଖ ଠିକ୍ । କିନ୍ତୁ ଭିତରେ ଜୀଅନ୍ତା ପୋକ ସାଲୁବାଲୁ । ଗନ୍ଧଉଛି କ୍ଷୀର । କ୍ଷୀର ପ୍ୟାକେଟ୍ ଖୋଲୁ ଖୋଲୁ ନଜରକୁ ଆସିଥିଲା ଏମିତି ଦୃଶ୍ୟ । ଲକଡାଉନରେ ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ । ଘରେ ଘରେ ସମସ୍ତେ ଓମଫେଡ୍ କ୍ଷୀରକୁ ବେଶ୍ ପସନ୍ଦ କରିଥାନ୍ତି । ଓମଫେଡ କ୍ଷୀର ବହୁ ପୁରାତନ ୩୯ ବର୍ଷର ସଂସ୍ଥା । ସେଥିପାଇଁ ସମସ୍ତଙ୍କ ଭରସାଯୋଗ୍ୟ କ୍ଷୀର ଓମଫେଡ । ଛୋଟ ପିଲାଠୁ ବୟସ୍କ ଲୋକ, କିମ୍ବା ରୋଗୀକୁ ଏହି ଓମଫେଡ କ୍ଷୀର ହିଁ ଦିଆଯାଇଥାଏ । କିନ୍ତୁ ଏ କଣ । ପ୍ୟାକେଟ୍ ଖୋଲୁ ଖୋଲୁ ବାହାରୁଛନ୍ତି ଜୀଅନ୍ତା ପୋକ । ଜଗତସିଂହପୁର ଜିଲ୍ଲା ଗୋପାଳ ସାଗର ଅଞ୍ଚଳର ଜଣେ ଯୁବକ ସକାଳୁ ସକାଳୁ କଲେଜ୍ ଛକ ନିକଟରୁ ଏକ ଓମଫେଡ କ୍ଷୀର ପ୍ୟାକେଟ୍ କିଣିଥିଲେ । ଘରେ କ୍ଷୀର ପ୍ୟାକେଟ୍ ଖୋଲୁ ଖୋଲୁ ନଜରକୁ ଆସିଥିଲା ଏମିତି ଦୃଶ୍ୟ । ସଙ୍ଗେ ସଙ୍ଗେ ସେ ଦୋକାନକୁ ଯାଇ ଏ ସମ୍ପର୍କରେ ଜଣାଇଥିଲେ । କିନ୍ତୁ ଦୋକାନୀ ଜଣକ କହିଥିଲେ ଏରିଆ ମ୍ୟାନେଜରଙ୍କୁ ଜଣାଇବା ପାଇଁ ।

LEAVE A REPLY

Please enter your comment!
Please enter your name here