‘ଦ କାଶ୍ମୀର ଫାଇଲ୍ସ’- ଚଳିତବର୍ଷର ଏହି ଚର୍ଚ୍ଚିତ ସିନେମା ଏବେ ପୁଣି ଚର୍ଚ୍ଚାରେ । ଗୋଆରେ ଅନୁଷ୍ଠିତ 53ତମ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପରେ ସିନେମାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆଇଏଫଏଫଆଇର ଜୁରୀ ମୁଖ୍ୟ ନାଦବ ଲ୍ୟାପିଡ । ଇସ୍ରାଏଲ ଫିଲ୍ମ ନିର୍ମାତା ତଥା ଜୁରୀ ମୁଖ୍ୟ ନାଦବ ଲ୍ୟାପିଡ ଫିଲ୍ମ ଦେଖିବା ପରେ କହିଛନ୍ତି, ଏହା ଏକ ଅଶ୍ଳୀଳ ଓ ପ୍ରୋପାଗଣ୍ଡା ଭିତ୍ତିକ ଚଳଚ୍ଚିତ୍ର । ଏଭଳି ସିନେମାକୁ କିଭଳି ଜାତୀୟ ପୁରସ୍କାର ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବରେ ‘ଦ କାଶ୍ମୀର ଫାଇଲ୍ସ’ କିଭଳି ସ୍କ୍ରିନିଂ ହେଲା ଏବେ ଏଭଳି ସିନେମା ଦେଖି ସମସ୍ତ ଜୁରୀ ଚକିତ ଓ ସ୍ତବ୍ଧ ବୋଲି ସେ କହିଛନ୍ତି ।

ଆଇଏଫଏଫଆଇ ଜୁରୀ ମୁଖ୍ୟ ନାଦବ ଲ୍ୟାପିଡଙ୍କ ବୟାନକୁ ନେଇ ବିବାଦ ଦେଖାଦେଇଛି ଏବଂ କମିଟିରେ ଥିବା ଅନ୍ୟ ଜୁରୀମାନେ ଏହା ନାଦବ ଲ୍ୟାପିଡଙ୍କ ବ୍ୟକ୍ତିଗତ ବୟାନ ବୋଲି କହିଛନ୍ତି । ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ମଧ୍ୟ ନାଦବଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ।

ବିବେକ ଅଗ୍ନିହୋତ୍ରିଙ୍କ ନିର୍ଦ୍ଦେଶିତ ଏହି ସିନେମା 1990 ଦଶକରେ କାଶ୍ମୀର ପଣ୍ଡିତମାନେ କିଭଳି ସାଂପ୍ରଦାୟିକ ନିର୍ଯାତନାର ଶୀକାର ହେଉଥିଲେ, ତା ଉପରେ ଆଧାରିତ ।

LEAVE A REPLY

Please enter your comment!
Please enter your name here