ଏସିଆନ ଗେମ୍ସରେ ପ୍ରଥମ ଭାରତୀୟ ମହିଳା ରାହି ସର୍ଣ୍ଣୋବତ ଶୁଟର ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି । ୨୭ ବର୍ଷିୟ ଶୁଟର କଡା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଥାଇଲାଣ୍ଡର ୟାଙ୍ଗପାଇବୁନଙ୍କୁ ହରାଇ ଦେଇଛନ୍ତି । ଉଭୟ ଶୁଟର ସ୍ୱର୍ଣ୍ଣ ପଦକ ଲଢେଇରେ ୩୪ ପଏଣ୍ଟରେ ସମାନ ରହିବା ପରେ ଶୁଟ୍ ଆଉଟ ରାଉଣ୍ଡ ଖେଳାଯାଇଥିଲା । ସର୍ଣ୍ଣୋବତ ସଫଳତାର ସହ ୩ ଶଟ ନେଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ ।

LEAVE A REPLY

Please enter your comment!
Please enter your name here