ଭାରତରେ ରେଳରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ. ପାଖାପାଖି ଅଢେଇ କୋଟିରୁ ଅଧିକ ଲୋକ ରେଳରେ ଯାତ୍ରା କରିଥାନ୍ତି. ମାତ୍ର ରେଳରେ ଯାତ୍ରା କଲେ ଲୋକମାନେ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି. ଅର୍ଥାତ୍ ଯାତ୍ରୀମାନଙ୍କୁ ସମୟ ସମୟରେ ଟ୍ରେନକୁ ଅପେକ୍ଷା କରିବାକୁ ପଡିଥାଏ. ସଠିକ୍ ସମୟରେ ନପହଁଞ୍ଚିବା ନେଇ ଅନେକ ଅଭିଯୋଗ ମଧ୍ୟ ଆସେ. ରେଳଯାତ୍ରୀମାନଙ୍କୁ ମିଳୁଥିବା ସୁବିଧାକୁ ନେଇ ଅନେକ ପ୍ରଶ୍ନ ଉଠେ. ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଣଳୟ ବିଭିନ୍ନ ଉଦ୍ୟମ ଆରମ୍ଭ କରିଛନ୍ତି ଓ ନିୟମରେ ପରିବର୍ତ୍ତନ ମଧ୍ୟ ଆଣିଛନ୍ତି.

ବେଳେ ବେଳେ ଯାତ୍ରୀମାନେ ଶୋଇପଡୁଥିବା ବେଳେ ନିଜ ଗନ୍ତବ୍ୟ ସ୍ଥାନକୁ ଅତିକ୍ରମ କରିଯାଇଥାନ୍ତି.ଏଭଳି ଅସୁବିଧାକୁ ଏଡ଼ାଇବା ପାଇଁ ଭାରତୀୟ ରେଳ ମନ୍ତ୍ରାଣଳୟ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି. ଡେଷ୍ଟିନେସନ ଆଲର୍ଟ ଜରିଆରେ ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଁଞ୍ଚିବାର 20 ମିନିଟ୍ ପୂର୍ବରୁ ସେମାନଙ୍କ ମୋବାଇଲରେ ମେସେଜ୍ ଉପଲବ୍ଧ ହେବ.

ଦିନ 11ଟାରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍ ଗାହେନ୍. ଯାତ୍ରୀମାନେ 139ନମ୍ବର ଦ୍ୱାରା ଏହି ଆଲର୍ଟ ସସ୍ସକ୍ରାଇବ କରିପାରିବେ.

 

LEAVE A REPLY

Please enter your comment!
Please enter your name here