ଆସନ୍ତାକାଲିଠାରୁ ଚାଲିବ ମୋ ବସ୍ । ଭୁବନେଶ୍ୱର, କଟକରେ ୭ଟି ରୁଟରେ ଚାଲିବ ମୋ ବସ୍ । ୭ଟି ରୁଟରେ ବିନା ଏସି ବସ୍ ଚଳାଚଳ କରିବ । ଏୟାରପୋର୍ଟ-ସିଡିଏ. ନନ୍ଦନବିହାର-ଲିଙ୍ଗିପୁର ରୁଟରେ ଚାଲିବ । ମାଷ୍ଟରକ୍ୟାଣ୍ଟିନ୍‌-ସିଡିଏ, ମାଷ୍ଟରକ୍ୟାଣ୍ଟିନ୍‌-ଖୋର୍ଦ୍ଧା ଚାଲିବ । ମାଷ୍ଟରକ୍ୟାଣ୍ଟିନ୍‌- ସମ୍ ହସ୍ପିଟାଲ , ଡୁମଡୁମା-ମଞ୍ଚେଶ୍ୱର ଚାଲିବ ମୋ ବସ୍ । ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ ମଧ୍ୟରେ ବି ଚଳାଚଳ କରିବ ମୋ ବସ୍ । କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତାୟତ କରିପାରିବେ । ଠିଆ ହୋଇ ଯାଇପାରିବେନି , ସଠିକ ମୂଲ୍ୟରେ ଖୁଚୁରା ଦେବାକୁ ପଡିବ । ୭ଟି ରୁଟରେ ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମୋ ବସ୍ ।

LEAVE A REPLY

Please enter your comment!
Please enter your name here