ସ୍ମାର୍ଟସିଟି ବାସିନ୍ଦାଙ୍କ ପାଇଁ ଦୁଃଖଦ ଖବର. ଛ ନମ୍ବର ୟୁନିଟ ବନଦୁର୍ଗା ମନ୍ଦିର ପାଖରେ ରହୁଥିବା ହରିମାଷ୍ଟ୍ରେ ବର୍ଷା ପାଣି ସୁଅରେ ନାଳରେ ପଡି ଭାସିଗଲେ. ଘଣ୍ଟାଏ କାଳ ତାଙ୍କୁ ଖୋଜାଖୋଜି କରିବା ପରେ ଉଦ୍ଧାର କରାଗଲା. କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଗଲା. ମାତ୍ର ସେତେବେଳକୁ ଆଉ ସେ ନଥିଲେ. ଏହି ଘଟଣା ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ଦାଯିତ୍ବହୀନତା ଆଡକୁ ଅଙ୍ଗୁଳି ଦେଖାଇଛି. ଆଜି ସଂଧ୍ୟାରେ ହରିମାଷ୍ଟ୍ରେ ଘର ଆଗରେ ଯାଇଥିବା ବିଏମସି ନାଳ ଡେଇଁ ଘରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା. ପରିବାର ଲୋକଙ୍କ ଆଖି ଆଗରେ ସେ ନାଳରେ ପଡି ଯାଇଥିଲେ. ମାତ୍ର ନାଳରେ ବର୍ଷା ପାଣିର ସୁଅ ଏତେ ପ୍ରଖର ଥିଲା ଯେ, ଚାହୁଁ ଚାହୁଁ ସେ ଭାସିଗଲେ. ହରିମାଷ୍ଟ୍ରେଙ୍କ ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି. ତିନିବର୍ଷ ତଳେ ନୂଆପଲ୍ଲୀ ଅଞ୍ଚଳରେ ଏକ ନାଳରେ ଭାସିଯାଇ ଜଣେ ବାଳକର ମୃତ୍ୟୁ ହୋଇଥିଲା.

LEAVE A REPLY

Please enter your comment!
Please enter your name here