112ଟି ବିଧାନସଭା ଆସନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ପ୍ରାର୍ଥୀ ହୋଇଥିବା ବେଳେ ପାଟଣାଗଡରୁ କନକ ବର୍ଦ୍ଧନ ସିଂହଦେଓ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଭବାନୀପାଟଣାରୁ ପ୍ରଦୀପ୍ତ ନାୟକ, ବ୍ରଜରାଜନଗରରୁ ସାଂସଦ ସୁରେଶ ପୂଜାରୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବିଜେଡି ଛାଡି ବିଜେପିରେ ମିଶିଥିବା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ବିଧାୟକ ଅଭିନେତା ଆକାଶ ଦାସ ନାୟକଙ୍କୁ କୋରେଇ ଆସନରୁ ଟିକଟ ଦେଇଛି ଦଳ । ବ୍ରହ୍ମଗିରି ଆସନରେ ଦିବଙ୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ ଲୁଲୁଙ୍କ ସାନଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଧାୟକ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝରରୁ ମୋହନ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା ନିର୍ବାଚନମଣ୍ଡଳିରୁ ଭାସ୍କର ମଢ଼େଇ, ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ବରରୁ ବ୍ରଜ ପ୍ରଧାନ, ବାଲେଶ୍ବରରୁ ମାନସ ଦତ୍ତ, ରେମୁଣାରୁ ଗୋବିନ୍ଦ ଦାସ, ସୋରରୁ ରାଜେନ୍ଦ୍ର ଦାସ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଭଦ୍ରକରୁ ସୀତାଂଶୁ ଶେଖର ମହାପାତ୍ର, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ବିଂଝାରପୁରରୁ ବବିତା ମଲ୍ଲିକ, ବଡ଼ଚଣାରୁ ଅମର ନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଯାଜପୁରରୁ ଗୌତମ ରାୟ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର,କାମାକ୍ଷାନଗରରୁ ଶତୃଘ୍ନ ଜେନା, ପରଜଙ୍ଗରୁ ବିଭୁତି ଭୂଷଣ ପ୍ରଧାନ, ପାଲଲହଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳିନ୍ଦୀ ସାମଲ, ଛେଣ୍ଡିପଦାରୁ ଅଗସ୍ତୀ ବେହେରା, ଆଠମଲ୍ଲିକରୁ ସଂଜୀବ ସାହୁ, ବୀରମହାରାଜପୁରରୁ ରଘୁନାଥ ଜଗଦଳା, ସୋନପୁରରୁ ପ୍ରମୋଦ ମହାପାତ୍ର, ଲୋଇସିଂହାରୁ ମୁକେଶ ମହାଲିଙ୍ଗଙ୍କୁ ଦଳ ପ୍ରାର୍ଥୀ କରିଛି । ବଲାଙ୍ଗିର ଆସନରୁ ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼ରୁ ନବୀନ ଜୈନ, ପଦ୍ମପୁରରୁ ଗୋବର୍ଦ୍ଧନ ଭୁଏ, ବିଜେପୁରରୁ ସନତ ଗଡ଼ତିଆ, ବରଗଡ଼ରୁ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରାରୁ ନିହାର ମହାନନ୍ଦ, ଭଟଲୀରୁ ଈରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ତଳସରାରୁ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼ରୁ କୁସୁମ ଟେଟେ, ବୀରମିତ୍ରପୁରରୁ ଶଙ୍କର ଓରାମ, ରଘୁନାଥପାଲୀରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ,
ବଣାଇରୁ ସେବତୀ ନାଏକ, କୁଚିଣ୍ଡାରୁ ରବି ନାରାୟଣ ନାଏକ, ରେଙ୍ଗାଲିରୁ ନାଉରୀ ନାଏକ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ରୁ ସୁବାସ ପାଣିଗ୍ରାହୀ ଓ ଆନନ୍ଦପୁରରୁ ଆଲୋକ ସେଠୀଙ୍କୁ ଦଳ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here