ଓଡିଶାରେ କରୋନା ସଂକ୍ରମଣର ବର୍ଷେ ପୁରିଗଲା । 2020 ମାର୍ଚ୍ଚ 15 ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଇଟାଲିରୁ ଫେରିଥିବା ଭୁବନେଶ୍ବର ବଡଗଡ ଅଞ୍ଚଳର ଜଣେ ଯୁବକ ଥିଲେ ପ୍ରଥମ କରୋନା ରୋଗୀ । କ୍ୟାପିଟାଲ ହସପିଟାଲରେ ଆଇସୋଲେସନ ଓ୍ବାର୍ଡରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ସେ ସୁସ୍ଥ ମଧ୍ୟ ହୋଇଥିଲେ । ତା ପରଠାରୁ ଆରମ୍ଭ ହୋଇଥିଲା ସଟ୍ ଡାଉନ ଏବଂ ଲକ୍ ଡାଉନ ପର୍ବ । ମାର୍ଚ୍ଚ 21 ତାରିଖରେ ରାଜ୍ୟ ସରକାର ପ୍ରଥମ ସଟ୍ ଡାଉନ ଘୋଷଣା କରିଥିଲେ । କରୋନାକୁ ଚେକ୍ ଦେବା ପାଇଁ ବିଦେଶ ଫେରନ୍ତାଙ୍କ ନାମ ପଂଜିକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ସରକାର ସତର୍କତାମୂଳକ ପଦକ୍ଷେପ ନେବାରେ ଆଗୁଆ ରହିଥିଲେ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରଥମେ ସ୍ବତନ୍ତ୍ର କୋଭିଡ୍ ହସପିଟାଲ ପ୍ରତିଷ୍ଠା କରିଥିଲେ । ଏମିତି ଅନେକ ପଦକ୍ଷେପ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଯାଇଥିଲା । ରାଜ୍ୟ ସରକାରଙ୍କ ଅନେକ ପଦକ୍ଷେପକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବି ପ୍ରଶଂସା କରିଥିଲା । ଏବେ ବର୍ଷକ ପରେ କରୋନା ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ଲହର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here