ଶେଷରେ ମୁକ୍ତ ହେଲେ ଅଭିନନ୍ଦନ ବର୍ତ୍ତମାନ. ରାତି 9 ଟା 21 ମିନିଟରେ ଓାଘା ବର୍ଡରରେ ପାକିସ୍ତାନ ସେନା ତାଙ୍କୁ ଭାରତୀୟ ସେନା ହାତରେ ତାଙ୍କୁ ହସ୍ତାନ୍ତର କରିଛି. ଅଭିନନ୍ଦନ ଭାରତ ମାଟିରେ ପାଦ ଦେବା ପରେ ତାଙ୍କୁ ଭାରତୀୟ ସେନା ସ୍ବାଗତ କରିବା ସହ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଛି. ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରେ ନିଜର ବୀରତ୍ବ,ସାହସିକତା ଓ ଅସୀମ ଧୈର୍ଯ୍ୟ ପ୍ରଦର୍ଶନ କରି ଦେଶପ୍ରେମର ଯେଉଁ ପରକାଷ୍ଠା ଦେଖାଇଛନ୍ତି, ପ୍ରତିଟି ଭାରତୀୟ ତାଙ୍କୁ ସଲାମ କରୁଛନ୍ତି. ସେଥିପାଇଁ ଦିନତମାମ ଓ୍ବାଘା ବର୍ଡରରେ ସମସ୍ତେ ଅପେକ୍ଷା କରିଥିଲେ, ଭାରତୀୟ ବୀର କେତେବେଳେ ଦେଶମାତୃକାର ମାଟି ଛୁଇଁବେ. ତାଙ୍କ ବାପାମା ବି ଚେନ୍ନାଇରୁ ଆସି ପହଞ୍ଚିଥିଲେ ଓ୍ବାଘା ବର୍ଡରରେ. ଭାରତ ମାତା କୀ ଜୟ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ଓ୍ବାଘା ବର୍ଡର. ସାଧାରଣ ଲୋକ, ଗଣମାଧ୍ୟମ ଓ ରାଜନେତା ବି ଭିଡ ଜମାଇଥିଲେ. ଅପରାହ୍ନରେ ସେ ଯଦିଓ ଓ୍ବାଘା ବର୍ଡରରେ ପହଞ୍ଚିଯାଇଥିଲେ, କିନ୍ତୁ କିଛି ଔପଚାରିକତା ପାଇଁ ବିଳମ୍ବ ହୋଇଥିଲା. ମାତ୍ର ଦେଶର ରିଅଲ ହିରୋଙ୍କୁ ସ୍ବାଗତ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥିଲେ.

LEAVE A REPLY

Please enter your comment!
Please enter your name here