କଡାସୁରକ୍ଷା ମଧ୍ୟରେ ଆଜି ମାଓନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ରାୟଗଡା ସିଜେଏମ କୋର୍ଟରେ ହାଜର କରାଯାଇଛି । ୨୦୦୨ ମସିହା ଡିସେମ୍ବର ୫ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ମିଟସ କଲେଜ ନିକଟରେ  ପୁଲିସ ଭ୍ୟାନକୁ  ବୋମା ପକାଇ ଉଡାଇ ଦେବା ଘଟଣାରେ ଏବଂ ମୁକୁନ୍ଦପୁରର  ଲିଙ୍ଗାଗୁଡାଠାରେ ଘଟିଥିବା ଏନକାଉଁଟର ଘଟଣାରେ ସବ୍ୟସାଚ୍ଚୀଙ୍କ ନାଁରେ ମାମଲା ରହିଥିଲା । ତେବେ ଏହି ଘଟଣାରେ ଜଣେ ପୋଲିସ ଅଧିକାରୀ କୋର୍ଟ ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଅନ୍ୟପଟେ ଘଟଣାରେ ସବ୍ୟସାଚ୍ଚୀ ପଣ୍ଡାଙ୍କ କୌଣସି ହାତ ନ ଥିବା  ପ୍ରତିପକ୍ଷଙ୍କ ପକ୍ଷକୁ କୋର୍ଟରେ ଦର୍ଶାଯାଇଥିଲା । ଏହି ମାମଲାର ପରବର୍ତ୍ତି ଶୁଣାଣୀ ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ହେବ ।

LEAVE A REPLY

Please enter your comment!
Please enter your name here