ବିଜେଡିରୁ ବାହାରିବା ପରେ ଦୀର୍ଘଦିନ କୌଣସି ଦଳରେ ଯୋଗ ଦେଇନଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଶେଷରେ କଂଗ୍ରେସର ହାତ ଧରିଛନ୍ତି । ଏଆଇସିସି ସୁପ୍ରିମୋ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ତମାଣ୍ଡୋ ଠାରେ ଆୟୋଜିତ ପରିବର୍ତ୍ତନ ସଙ୍କଳ୍ପ ସମାବେଶ ମଞ୍ଚରେ ପଞ୍ଚାନନ ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ବିଜୁ ଅନୁଗତଙ୍କୁ ନେଇ ରାଜ୍ୟ ରାଜନୀତିରେ ବିକଳ୍ପ ଦଳର ସମ୍ଭାବନାକୁ ନେଇ ଖୁବ ଆଶାବାଦୀ ଥିଲେ ପଞ୍ଚାନନ । ବିଜେଡିରୁ ଦାମୋଦର ରାଉତ ବହିଷ୍କୃତ ହେବାପରେ ଏବଂ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡିବା ପରେ ଏହି ସମ୍ଭାବନା ଅଧିକ ଦୃଢ ହୋଇଥିଲା । ମାତ୍ର ବିଜୁ ଅନୁଗତଙ୍କ ବିକଳ୍ପ ଦଳନେଇ ଅନିଶ୍ଚିତତା ଦେଖାଦେବା ଯୋଗୁ ପଞ୍ଚାନନ କଂଗ୍ରେସରେ ଯୋଗ ଦେବାକୁ ଉଚିତ ମନେକଲେ । ନିକଟରେ କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ବାହାର କରାଯିବା, ଝାରସୁଗୁଡା ବିଧାୟକ କଂଗ୍ରେସ ଛାଡି ବିଜେଡିରେ ମିଶିବା, ଓ ଯୋଗେଶ ସିଂଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ କଂଗ୍ରେସ ପଞ୍ଚାନନଙ୍କ ଭଳି ନେତାଙ୍କୁ ସାମିଲ କରି ଦଳକୁ ସୁଦୃଢ କରିବାକୁ ପ୍ରୟାସ କରିଛି । ତେବେ ନିର୍ବାଚନ ଲଢିବେ କି ନାହିଁ ସେ ସମ୍ପର୍କରେ ଦଳ ନିଷ୍ପତ୍ତି ନେବ ବୋଲି ପଞ୍ଚାନନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here