ଭୁବନେଶ୍ୱର ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିବା ଜଣେ ଛାତ୍ରଙ୍କ ନିକଟରୁ ଜବତ ହୋଇଛି ବ୍ରାଉନ ସୁଗାର. ଭୁବନେଶ୍ୱରସ୍ଥିତ ପଟିଆ ବିଗ ବଜାର ଛକ ନିକଟରେ ଏଭଳି ଘଟଣା ସାମ୍ନାକୁ ଆସିଛି. ଜଗତସିଂହପୁର ଜିଲ୍ଲା ଘଡିମୂଳ ଗାଁର ବିଶ୍ୱଜିତ ପ୍ରଧାନଙ୍କ ନିକଟରୁ 60 ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ. ମିଳିଥିବା ସୂଚନା ଅନୁସାରେ, ବିଶ୍ୱଜିତ ଭୁବନେଶ୍ୱରର ଏକ ଘରୋଇ କଲେଜରେ ବି.ଟେକ କରୁଛନ୍ତି. ପଢିବା ବଦଳରେ ସେ ଏହି ନିଶା ଦ୍ରବ୍ୟ କାରବାରରେ ସାମିଲ ଥିଲେ. ପରେ ସୂଚନା ପାଇ ଅବକାରୀ ବିଭାଗ ତାଙ୍କୁ ଧରିବାରେ ସଫଳ ହୋଇଥିଲା. ବର୍ତ୍ତମାନ ତାଙ୍କ ନିକଟରୁ ବ୍ରାଉନ ସୁଗାର ସହ ଏକ ବାଇକ ମଧ୍ୟ ଜବତ କରାଯାଇଛି.

LEAVE A REPLY

Please enter your comment!
Please enter your name here