ବହୁ ଘାତ ପ୍ରତିଘାତ ପରାଜୟ ଭିତରେ କଂଗ୍ରେସ ନେତା, କର୍ମୀଙ୍କ ମନରେ ଆଶା ସଞ୍ଚାର ହୋଇଛି । କର୍ଣ୍ଣାଟକରେ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି । 224 ଆସନରୁ କଂଗ୍ରେସ 136 ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି ମାତ୍ର 65 ଆସନରେ ବିଜୟ ଲାଭ କରିଛି । 19ଟି ଆସନରେ ଜେଡିଏସ ବିଜୟ ଲାଭ କରିଛି ।
2018ରେ ବିଜେପି 104ଟି ଆସନ ପାଇଥିବା ବେଳେ ଜେଡିଏସକୁ 37ଟି ଆସନ ମିଳିଥିଲା । କଂଗ୍ରେସ 80 ଆସନରେ ବିଜୟ ଲାଭ କରିଥିଲା । ତେବେ 1989 ପରେ ପ୍ରଥମ ଥର ପାଇଁ ଗୋଟିଏ ଦଳ ଏତେ ଆସନରେ ଜିତିବା ସମ୍ଭବ ହୋଇଛି । କର୍ଣ୍ଣାଟକରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ବିଜେପିକୁ ଶକ୍ତ ଆଘାତ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ୍ ସୋ, ଆଡମ୍ବରପୂର୍ଣ୍ଣ ପ୍ରଚାର ଓ ରଣନୀତି କର୍ଣ୍ଠାଟକରେ ଫେଲ୍ ମାରିବା ବିଜେପି ନେତୃତ୍ବ ପାଇଁ ଚିନ୍ତା ବଢେଇ ଦେଇଛି । ଦକ୍ଷିଣ ଭାରତରେ ବିଜେପିକୁ ବଡ ଝଟକା ଲାଗିଛି ।

LEAVE A REPLY

Please enter your comment!
Please enter your name here