ଜାପାନିଜ୍ ଏନସେଫାଲାଇଟ୍ସ , ସ୍ୱାଇନ ପ୍ଲୁଂ ପରେ ମାଲକାନଗିରିରେ ଅଜଣା ରୋଗର ଆତଙ୍କ । ଜିଲ୍ଲାର କାଲିମେଳା ବ୍ଲକ ତାମାନାପଲ୍ଲୀ ଗାଁରେ ଅଜଣା ରୋଗରେ ୧୫ ଦିନ ଭିତରେ ୬ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟ ୭ଶିଶୁ ଆକ୍ରନ୍ତ ହୋଇ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ରୋଗଗ୍ରସ୍ତ ହେବାପରେ ପ୍ରଥମେ ବାନ୍ତି, ଜ୍ୱର, ଥଣ୍ଡା ହଜମ ହେଉନଥିବା ଭଳି ସମସ୍ୟା ଦେଖାଦେଇଥିଲା । ଏହାପରେ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହି ରୋଗ ଧିରେ ଧିରେ ପୁରା ତାମନପାଲିରେ ବ୍ୟାପୁଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ । ସେପଟେ ଗାଁରେ ପହଁଞ୍ଚି ସ୍ଥିିତି ଅନୁଧ୍ୟାନ କରିଛି ଡାକ୍ତରୀ ଟିମ୍ ।

LEAVE A REPLY

Please enter your comment!
Please enter your name here