ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତେନତୋଇ ଗାଁ । ନଭେମ୍ବର ୭ ତାରିଖ । ହଟ କିଶୋର ଦାସଙ୍କ ଘରୁ ଉଦ୍ଧାର ହେଲା ଝିଅ ଲକ୍ଷ୍ମିପ୍ରୀୟାର ଝୁଲନ୍ତା ଶବ । ଆତ୍ମହତ୍ୟାର କାରଣ ଥିଲା ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ । ଫଟୋ ଭାଇରାଲ କରିଥିଲା ନିକଟସ୍ଥ ଗାଁର ଦୀପକ ବେହୁରା, ଯୁବତୀଙ୍କ ସହ ଅନୈତିକ ସଂପର୍କ ରଖିବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ଦୀପକ ଘଟାଇଥିଲା ଅମାନବିକ ଘଟଣା, ଝିଅର ହାତଗୋଡ ବାନ୍ଧି ନଗ୍ନ ଫଟୋ ଉଠାଇଥିଲା, ଆଉ ତାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା. ପରିଣାମ ହେଲା ଲୋକଲଜ୍ଜା ଲହି ନପାରି ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲା ଲକ୍ଷ୍ମିପ୍ରୀୟା. ଏହି ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ ଦୀପକ ବେହୁରା. ଘଟଣାକୁ ନେଇ ସାମାଜିକ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି, ବିଧାନସଭାରେ ବିରୋଧୀ ତୁମ୍ବି ତୋଫାନ କରିଛନ୍ତି. ଜାତୀୟ ଦଳିତ କମିଶନ ତେନତୋଇ ଗାଁକୁ ତଦନ୍ତ କରି ଫେରିଛନ୍ତି. ମାତ୍ର ସବୁଠୁ ବଡ ପ୍ରଶ୍ନ ହେଉଛି, ଏମିତି ଘଟଣା କାହିଁକି ଘଟିଲା. ଝିଅକୁ ଅଭିଯୁକ୍ତ ଦୀପକ ହଇରାଣ ହରକତ କରୁଥିବା ଜାଣିବା ପରେ ବାପା ମା ପ୍ରତିବାଦ କରିଥିଲେ. ଦୀପକ ବିରୋଧରେ ନାଉଗାଁ ଥାନାରେ ଅଭିଯୋଗ ବି କରିଥିଲେ. ମାତ୍ର ପୋଲିସ ବାବୁମାନେ କଥାକୁ ଗୁରୁତ୍ବ ଦେଲେନି. ଯାହାର ପରିଣାମ ହେଲା ଯୁବତୀଙ୍କ ଆତ୍ମହତ୍ୟା, ଯେଉଁ ପୋଲିସ ବାବୁ ଅଭିଯୋଗ ପରେ କିଛି ପଦକ୍ଷେପ ନେଲେନି, ତାଙ୍କ ବିରୋଧରେ କାହିଁକି ଏପର୍ୟ୍ୟନ୍ତ କାର୍ୟ୍ୟାନୁଷ୍ଠାନ ହୋଇନି