ଇଏ ହେଉଛି ମୋ ସ୍କୁଲ. ପିଲାଏ ନିଜେ ନିଜେ ପାଠ ପଢୁଛନ୍ତି. ଦିଦି ଚୌକୀ ଉପରେ ଗୋଡ ଉପରେ ଗୋଡ ରଖି ଶୋଇଛନ୍ତି. କାଳେ କିଏ ଭାବିବ ଦିଦି ଶୋଇଛନ୍ତି, ସେଥିପାଇଁ ପୁରା ଆକ୍ସନ ମୋଡରେ ଅଛନ୍ତି ଦିଦି. ଅର୍ଥାତ ହାତରେ ବାଡି ଧରି ଶୋଇଛନ୍ତି. ଏ ପୁଣି ଖାଲି ଦିଦି ନୁହଁନ୍ତି, ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ. ସ୍କୁଲ ବି କୌଣସି ଉପାନ୍ତ କି ଦୁର୍ଗମ ଅଂଚଳର ନୁହେଁ, ଆମ କେନ୍ଦ୍ରାପଡା ସଦର ମହକୁମା ଠାରୁ ମାତ୍ର ୭ କିଲୋମିଟର ଦୂର ଗାଙ୍ଗପଡା ପଂଚାୟତର ଭରସିଂହ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ. ମୋ ସ୍କୁଲ କେମିତି ଚାଲିଛି, ପରଖିବା ପାଇଁ ତକ୍ଷକ ଟିଭି ଟିମ୍ ସ୍କୁଲରେ ପହଞ୍ଚିବା ବେଳକୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା. ପିଲାମାନେ ନିଜେ ନିଜେ ପାଠ ପଢୁଥିଲେ, ଆଉ ଦିଦି ଚଉକୀ ଉପରେ ଆରମରେ ଶୋଇ ରହିଥିଲେ. ସରକାର ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ କେତେ କଣ ଯୋଜନା କରୁଛନ୍ତି, କିନ୍ତୁ ଆମ ସ୍କୁଲ ଦିଦି ସରକାରଙ୍କ ସବୁ ଯୋଜନାକୁ କେମିତି ଧୂଳିସାତ୍ କରିଦେଉଛନ୍ତି, ଦେଖନ୍ତୁ . ଶିକ୍ଷା, ସ୍ବାସ୍ଥ୍ୟ, ଭଳି ମୌଳିକ କ୍ଷେତ୍ରରେ କେମିତି ସ୍ବଚ୍ଛତା ଆସିପାରିବ, ସାଧାରଣ ଲୋକେ କେମିତି ଉପକୃତ ହୋଇପାରିବେ, ସେଥିପାଇଁ ସରକାର ୫ ଟି ବ୍ୟବସ୍ଥା କରିଛନ୍ତି. ମାତ୍ର ଦିଦିଙ୍କ ନିଦ ସରକାରଙ୍କ ସବୁ ସ୍ବପ୍ନକୁ ଧୂଳିସାତ କରିଦେଇଛି.

LEAVE A REPLY

Please enter your comment!
Please enter your name here