ଡିସେମ୍ବର ମାସ 25 ତାରିଖକୁ ସମସ୍ତେ ବଡ ଦିନ ରୂପେ ପାଳନ କରିଥାନ୍ତି. ବିଶେଷ କରି ଏହି ଦିନଟି ଖ୍ରୀଷ୍ଟିୟାନ ଧର୍ମର ଭାଇ ଭଉଣୀଙ୍କ ପାଇଁ ଅତି ଖାସ୍ ହୋଇଥାଏ. ଆଉ ଡିସେମ୍ବର 25 ତାରିଖକୁ ସମସ୍ତେ ବଡଦିନ ରୂପେ ମଧ୍ୟ ପାଳନ କରିଥାନ୍ତି. କୁହାଯାଏ ଏହି ଦିନ ପ୍ରଭୁ ଯୀଶୁ ପୃଥିବୀ ପୃଷ୍ଠକୁ ଧରାବତରଣ କରିଥିଲେ. ସେହି ଦିନଠାରୁ ଏହି ଦିନଟିକୁ ଖ୍ରୀଷ୍ଟିୟାନମାନେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ଏବଂ ପରସ୍ପରକୁ ମେରି ଖ୍ରୀଷ୍ଟମାସ କହି ଶୁଭେଚ୍ଛା ମଧ୍ୟ ଜଣାଇଥାନ୍ତି. ବଡଦିନ ପାଇଁ କିଛିଦିନ ପୂର୍ବରୁ ଚର୍ଚ୍ଚକୁ ଖ୍ରୀଷ୍ଟିୟାନମାନେ ଜାକଜକମରେ ସଜ୍ଜାଇଥାନ୍ତି. ଅନ୍ୟପଟେ ଏହାକୁ ନେଇ ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ସାଜ୍ଜସଜ୍ଜା ଜିନିଷ ଦେଖିବାକୁ ମିଳେ. ଖାସ୍ କରି ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ସାନ୍ତା ଡ୍ରେସ ବଜାରରେ ଉପଲବ୍ଧ ହୋଇଥାଏ. ଛୋଟ ପିଲାଙ୍କ ପାଇଁ ବଡଦିନ ବେଶି ଖାସ ହୋଇଥାଏ. ସେମାନେ ଏହି ଦିନରେ ସାନ୍ତାକ୍ଲଜ ବେଶକୁ ମନଭରି ଉପଭୋଗ କରିଥାନ୍ତି. ସାନ୍ତାକ୍ଲଜ ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ସବୁବେଳେ କୁନି ପିଲାଙ୍କୁ ଅନେକ ସ୍ନେହ, ଶ୍ରଦ୍ଧା କରିଥାନ୍ତି ଏବଂ ସେମାନଙ୍କ ସମସ୍ତ ଇଚ୍ଛାକୁ ତାଙ୍କ ଅଜାଣତରେ ପୂରଣ କରିଥାନ୍ତି. ତେବେ ଆଜିକାଲି ଏହି ବଡଦିନକୁ ସବୁ ଧର୍ମର ବ୍ୟକ୍ତି ପାଳନ କରୁଛନ୍ତି.