ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କନ୍ୟାକୁମାରୀ ବିବେକାନନ୍ଦ ରକ୍ ମେମୋରିଆଲରେ ପହଞ୍ଚିଛନ୍ତି । ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ସେ ରକ୍ ମେମୋରିଆଲରେ ଧ୍ୟାନ କରିବେ । ମୋଦୀଙ୍କ ଧ୍ୟାନ କାର୍ଯ୍ୟକ୍ରମକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦୁଇହଜାର ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଳେ ଏହି ସମୟରେ ରକ୍ ମେମୋରିଆଲକୁ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ କଟକଣା ଜାରି କରାଯାଇଛି । ତେବେ ଶେଷ ପର୍ଯ୍ୟାୟ ମତଦାନ ବାକି ଥିବାରୁ ମୋଦୀଙ୍କ ଧ୍ୟାନ କାର୍ଯ୍ୟକ୍ରମ କାଳେ ଭୋଟରଙ୍କୁ ପ୍ରଭାବିତ କରିବ, ସେଥିପାଇଁ ମୋଦୀଙ୍କ ଧ୍ୟାନ ସମୟର ଦୃଶ୍ୟ ମିଡିଆରେ ପ୍ରସାରଣ ନ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ବିରୋଧୀ ନିବେଦନ କରିଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହା ମୋଦୀଙ୍କ ଏକ ଚାଲ୍ ବୋଲି ବିରୋଧୀ କହିଛନ୍ତି । ମୋଦୀ ଚାହିଁଥିରେ ନିର୍ବାଚନ ଫଳ ବାହାରିବା ପରେ ମଧ୍ୟ ଧ୍ୟାନ କରିପାରିଥାନ୍ତେ ବୋଲି ବିରୋଧୀ କଟାକ୍ଷ କରିଛନ୍ତି । ପୂର୍ବରୁ ମଧ୍ୟ ମୋଦୀ 2014 ଓ 2019 ନିର୍ବାଚନ ପ୍ରଚାର ଶେଷ ହେବା ପରେ ଧ୍ୟାନ କରିଥିଲେ ।

LEAVE A REPLY

Please enter your comment!
Please enter your name here