ତିନିଦିନିଆ ରିମାଣ୍ଡରେ ରାକେଶ । ପୋଲିସ ଆଗରେ ସତ ଓଗାଳିବ ବୟଫ୍ରେଣ୍ଡ ରାକେଶ । ଖୋଲିବ ମୃତ୍ୟୁ ରହସ୍ୟ । ଦିନକୁ ଦିନ ସସପେନ୍ସ ବଢାଉଛି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାଏକଙ୍କ ମୃତ୍ୟୁ ମାମଲା । ଝରାଫୁଲଙ୍କର ବଏଫ୍ରେଣ୍ଡକୁ ରିମାଣ୍ଡରେ ନେଇଛି ପୋଲିସ । ରାକେଶ ସ୍ୱାଇଁକୁ ଯାଜପୁର ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ । ରିମାଣ୍ଡ ଅବଧି ମଧ୍ୟରେ ଯାଜପୁର ପୋଲିସ ଖୋଳତାଡ କରିବ । କାରଣ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିଲା ଝରାଫୁଲଙ୍କ ମୃତଦେହ । ଏହାସହିତ ସିସିଟିଭି ଫୁଟେଜ ମଧ୍ୟ ମିଳିଥିଲା । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଝରାଫୁଲଙ୍କୁ ମୃତ ଅବସ୍ଥାରେ ସ୍କୁଟିରେ ବସାଇ ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ତେଣୁ ରାକେଶ ସହିତ ଆଉ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି , କେଉଁଠୁ ଏବଂ କେମିତି ଆସିଲା ମୃତଦେହ । ଏସବୁ କଥା ରାକେଶକୁ ପଚରାଉଚରା କରିବ ପୋଲିସ । ସେପଟେ ପୋଲିସ ହାତରେ ଲାଗିଛି ଝରାଫୁଲଙ୍କ ପୋଷ୍ଟ ମଟର୍ମ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here