ଭାରତରେ ଭୟଙ୍କର ଭାବେ କରୋନା କାୟା ବିସ୍ତାର କରୁଛି I ଗତ 24 ଘଂଟା ଭିତରେ ଦେଶରେ 10, 956 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପଂଜିକୃତ ହୋଇଛି I ଗୋଟିଏ ଦିନରେ ଦଶ ହଜାରରୁ ଅଧିକ ଆକ୍ରାନ୍ତ ବାହାରିବାରେ ରେକର୍ଡ କରିଛି ଭାରତ I ଏଥିସହିତ ସମଗ୍ର ବିଶ୍ବରେ ଭାରତ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛି I କରୋନାକୁ ନିୟନ୍ତ୍ରଣ କରାଯାଇପାରିଛି ବୋଲି ସରକାର ଡେଙ୍ଗୁରା ପିଟୁଥିବା ବେଳେ ଦେଶରେ ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସମଗ୍ର ବିଶ୍ବରେ ଏକ ନମ୍ବର କରୋନା ଆକ୍ରାନ୍ତ ଦେଶ ହେବାକୁ ଆଉ ବେଶୀ ସମୟ ଲାଗିବନି I ଏପର୍ଯ୍ୟନ୍ତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 97 ହଜାର 535 ହୋଇଥିବା ବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟା 8 ହଜାର 498ରେ ପହଞ୍ଚିଛି I ତେବେ ଆରୋଗ୍ୟ ହାର 49 ପ୍ରତିଶତ ଥିବା କେନ୍ଦ୍ର ଗୃହ ମନ୍ତ୍ରାଲୟ ପକ୍ଷରୁ କୁହାଯାଇଛି I

LEAVE A REPLY

Please enter your comment!
Please enter your name here