102 ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଚାଲିଗଲା ଜଣେ ପ୍ରସୂତିଙ୍କ ଜୀବନ. ନୀଳଗିରି ଥାନା କାଆଁସ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା. ମିଳିଥିବା ସୂଚନା ଅନୁସାରେ, କାଆଁସ ଗାଁର ସଞ୍ଜୟ ନାୟକଙ୍କ ପତ୍ନୀ ବାସନ୍ତୀଙ୍କ ପ୍ରସବ ଯନ୍ତ୍ରଣା ଶନିବାର ପ୍ରାୟ ରାତି 8ଟାରେ ଆରମ୍ଭ ହୋଇଯାଇଥିଲା. ଫଳରେ ତାଙ୍କୁ ହସ୍ପିଟାଲ ନେବା ପାଇଁ 102 ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା. ସମୟ ଯେତିକି ବଢି ଚାଲିଥିଲା ଗର୍ଭବତୀଙ୍କ ଯନ୍ତ୍ରଣା ମଧ୍ୟ ସେତିକି ବଢି ଚାଲିଥିଲା. ବାରମ୍ବାର ଫୋନ କଲାପରେ ମଧ୍ୟ ଆମ୍ବୁଲାନ୍ସ ଗାଡି ଆସି ପହଞ୍ଚିନଥିଲା. ଅପେକ୍ଷା କରି କରି ରାତି 12ଟା ହେଇାଗଲା. ତଥାପି ପହଞ୍ଚିପାରିନଥିଲା ଆମ୍ବୁଲାନ୍ସ. ପରେ ସଞ୍ଜୟ 108କୁ ଫୋନ କରିଥିଲେ ଏବଂ ରାତି ପ୍ରାୟ 12.45ରେ ଗାଡି ଆସି ପହଞ୍ଚିଥିଲା. ପରେ ଗର୍ଭବତୀଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ.

 

 

LEAVE A REPLY

Please enter your comment!
Please enter your name here