ଆଉ ସପ୍ତାହକ ପରେ କରୋନାକୁ ବିଶ୍ବ ମହାମାରୀ ଘୋଷଣା ହେବାର ଦୁଇମାସ ପୁରିବ I ଆଉ ଏହି ଦୁଇମାସ ଭିତରେ କରୋନା ଆକ୍ରମଣରେ ମରିଗଲେଣି ଅଢେଇ ଲକ୍ଷରୁ ଅଧିକ ଲୋକ I 36 ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 22 ଲକ୍ଷ ଏବେ ବି ମୃତ୍ୟୁ ସହ ଲଢେଇ କରୁଛନ୍ତି I ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା I ବାରଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ 70 ହଜାର ଲୋକ ପ୍ରାଣ ହରାଇ ସାରିଲେଣି I ଇଟାଲିରେ 29 ହଜାର, ଇଂଲଣ୍ଡରେ 28 ହଜାର 700, ଫ୍ରାନ୍ସରେ 25 ହଜାର 200, ସ୍ପେନରେ 25 ହଜାର 428 ଲୋକଙ୍କ ମୃତ୍ୟୁ ହୋଇସାରିଲାଣି I ଭାରତରେ 46 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସୁଦ୍ଧା 1571 ଜଣଙ୍କ ମୃତ୍ୟୁ ହେଲାଣି I ବିଶ୍ବ ଇତିହାସରେ ଏମିତି କୌଣସି ଯୁଦ୍ଧ ହୋଇନି, ଯେଉଁଥିରେ ଏତେ କମ୍ ସମୟ ଭିତରେ ଏତେ ଲୋକଙ୍କ ମୃତ୍ୟୁ ହୋଇଛି I ଏପର୍ଯ୍ୟନ୍ତ କରୋନାରୁ ଆରୋଗ୍ୟ ହେବା ପାଇଁ କୌଣସି ଔଷଧ ଅବା ପ୍ରତିଷେଧକ ବାହାରିପାରି ନାହିଁ I ଅନ୍ୟପକ୍ଷରେ ମୃତ୍ୟୁର ଆତଙ୍କ ଖେଳାଇଥିବା କରୋନାକୁ ନେଇ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି I

LEAVE A REPLY

Please enter your comment!
Please enter your name here