ରଥଯାତ୍ରାକୁ ନେଇ ଅନିଶ୍ଚିତତା । ଅକ୍ଷି ତୃତୀୟାରୁ ରଥ ନିର୍ମାଣ ଅନୁକୁଳ ହେବା କଥା । ମାତ୍ର କରୋନା ପାଇଁ ଏଥର ରଥ ଅନୁକୁଳ ବାଧାପ୍ରାପ୍ତ ହେଲା । ରଥ ହେବ କି ନାହିଁ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଗତ ଚାରି ତାରିଖରେ ବସିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ସ୍ଥିର ହେଲା ରଥ ନିର୍ମାଣ ଶ୍ରମ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ସମସ୍ୟା କିଛି ନାହିଁ । ତେଣୁ ରଥ ନିର୍ମାଣ ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଗଲା । ମାତ୍ର ରାଜ୍ୟ ସରକାର ରଥ ନିର୍ମାଣ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇ ପାରୁନାହାଁନ୍ତି । ଏ ନେଇ ଦ୍ବନ୍ଦ୍ବରେ ଥିବା ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି । ରଥ ନିର୍ମାଣ ସଂପର୍କରେ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ ଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ଉପରେ ଦାୟିତ୍ବ ଛାଡି ଦେଇ ଚୁପଚାପ୍ ବସି ପଡିବାକୁ ସମାଲୋଚନା କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ଅନ୍ୟପକ୍ଷରେ ରଥ ନିର୍ମାଣ ପାଇଁ ନିଷ୍ପତ୍ତି ନେବାରେ ବିଳମ୍ବ କରାଣରୁ ରଥ ନିର୍ମାଣ ଆଶା ଛାଡି ଦେଇଛନ୍ତି ବୋଲି କହିଛନ୍ତି ମୁଖ୍ୟ ମହାରଣା ।

LEAVE A REPLY

Please enter your comment!
Please enter your name here