ଦେଶରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିଶନ ଦାୟୀ । ଖାଲି ଦାୟୀ ନୁହେଁ, କମିଶନଙ୍କ ବିରୋଧରେ ହତ୍ୟା ମାମଲା ଦାଏର କଲେ କିଛି ଭୁଲ୍ ହେବ ନାହିଁ । ଆଜି ଏମିତି କଟୁ ଭାଷାରେ ଦେଶର ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କରିଛନ୍ତି ମାଡ୍ରାସ ହାଇକୋର୍ଟ । ନିର୍ବାଚନ ପ୍ରଚାର ବେଳେ କୌଣସି ରାଜ୍ୟରେ ନିର୍ବାଚନ ରାଲି ଉପରେ ଅଙ୍କୁଶ ଲଗାଇ ନଥିବାରୁ ଦ୍ବିତୀୟ ଲହର ସଂକ୍ରମଣ ବ୍ୟାପକ ହେଲା ଏବଂ ବହୁ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡିଲେ । ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ଦାୟୀ ବୋଲି ସିଧାସଲଖ କହିଛନ୍ତି ମାଡ୍ରାସ ହାଇକୋର୍ଟ । ମେ 2 ତାରିଖରେ ହେବାକୁ ଥିବା ଭୋଟ ଗଣତିକୁ ବନ୍ଦ ରଖିବା ପାଇଁ ତାଗିଦ ମଧ୍ୟ କରିଛନ୍ତି କୋର୍ଟ । ଯଦି ଗଣତି ବେଳେ କୋଭିଡ୍ ନିୟମ ଠିକଣା ଭାବେ ପାଳନ ନ ହୁଏ, ତେବେ ଗଣତି ବନ୍ଦ ରଖିବାକୁ କୋର୍ଟ ତାଗିଦ କରିଛନ୍ତି । ପାଞ୍ଚଟି ରାଜ୍ୟରେ ହେଉଥିବା ନିର୍ବାଚନ ବେଳେ ରୋଡ୍ ସୋ, ସମାବେଶରେ କୋଭିଡ କଟକଣା ପାଳନ ହୋଇ ନଥିବାରୁ ଏହିସବୁ ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ଏଥିପାଇଁ ନିର୍ବାଚନ କମିଶନ ଦାୟୀ ବୋଲି କହିଛନ୍ତି ମାଡ୍ରା ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here