ରାଜ୍ୟରେ ଆଜି ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାର୍ କରିଛି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬ ୦୭୩ ଜଣ କରୋନା ଆକ୍ରାନ୍ତ । ସେହିପରି ୧୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ କରୋନାରେ ଆଖି ବୁଜିଥିବାବେଳେ ସୁନ୍ଦରଗଡରୁ ୩ ଏବଂ ରାୟଗଡା ଜିଲ୍ଲାରୁ ୨ , ବୌଦ୍ଧରୁ ଜଣେ କରୋନାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୯୨ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୪୫୭, ନୂଆପଡାରୁ ୪୦୦, ସୁନ୍ଦରଗଡରୁ ୩୭୧, ଝାରସୁଗୁଡାରୁ ୩୫୯, ବରଗଡରୁ ୨୮୬, କଳାହାଣ୍ଡିରୁ ୨୭୭, କେନ୍ଦୁଝରରୁ ୨୬୬, ଅନୁଗୁଳରୁ ୨୩୯, ପୁରୀରୁ ୨୬୬, ଏବଂ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୦୯ ଜଣ କରୋନା ଆକ୍ରାନ୍ତ । ନବରଙ୍ଗପୁରରୁ ୨୦୬, କଟକରୁ ୧୯୮, ସମ୍ବଲପୁରରୁ -୧୫୮, ମୟୂରଭଞ୍ଜରୁ ୧୪୯ ଜଣ ପଜିଟିଭ୍ ବାହାରିଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବଢିଛି । ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖୃାକୁ ଦେଖି ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ସ୍ଥିତିର ଅନୁଧ୍ୟାନ କରିବେ ।

LEAVE A REPLY

Please enter your comment!
Please enter your name here