ମା ମୋ ସ୍ୱପ୍ନରେ ଆସିଥିଲା । ଆଉ ମୁଁ ମାକୁ କରୋନା କଥା କହିଲି । ମା ମତେ ବଳି ମାଗିଲା । ଆଉ ଏ ବଳି କୌଣସି ପଶୁ କି ପକ୍ଷୀର ନୁହେଁ । ନରବଳି ମାଗିଲା ମା । ଭାବିଲି କରୋନାକୁ ଦେଶବାସୀଙ୍କୁ ବଞ୍ଚାଇବାକୁ ହେଲେ ମାକୁ ସନ୍ତୁଷ୍ଟ କରିବାକୁ ପଡିବ । ସେଥିପାଇଁ ଭୁଲ ହୋଇଗଲା । ଆଠଗଡ ନରସିଂହପୁର ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ପରେ ଏହି ସ୍ୱପ୍ନାଦେଶ କଥା କହିଛନ୍ତି ମନ୍ଦିରର ପୂଜକ । ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ଧବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗ୍ରାମରେ । ଗ୍ରାମଦେବୀ ବ୍ରାହ୍ମଣୀ ଦେଇ ଠାକୁରାଣୀଙ୍କ ପୀଠ ରକ୍ତ ରଞ୍ଜିତ ହୋଇଛି । ଜଣେ ବ୍ୟକ୍ତିଙ୍କ ଗଣ୍ଡିର ମୁଣ୍ଡକୁ ଅଲଗା କରି ଦେଇଛନ୍ତି ପୂଜକ ସଂସାରୀ ଓଝା । ଗତକାଲି ବିଳମ୍ବିତ ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ନିଜେ ଅଭିଯୁକ୍ତ ପୂଜକ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here