ଆଗକୁ ନିର୍ବାଚନ ଆସୁଛି. ଟିକେ ଏପଟ ସେପଟ ହୋଇଗଲେ ପାନରୁ ଚୂନ ଖସିଯିବ. ତେଣୁ କେନ୍ଦ୍ର ସରକାର ସବୁ ଦିଗରୁ ବିଚାର କରି ବଜେଟ ଉପସ୍ଥାପନ କରିଛନ୍ତି. ତେବେ ସବୁଠୁ ବଡ କଥା ହେଉଛି, କେନ୍ଦ୍ର ସରକାରଙ୍କୁ ଏଥିପାଇଁ ମାର୍ଗ ଦର୍ଶନ କରିଛି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘କାଳିଆ’. କିଛିଦିନ ତଳେ ଚାଷୀଙ୍କ ପାଇଁ କାଳିଆ ଯୋଜନା କରି ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ତେବେ କାଳିଆ ଯୋଜନା ପାଇଁ ନବୀନଙ୍କୁ ଉଭୟ ବିଜେପି ଓ କଂଗ୍ରେସ ସମାଲୋଚନା କରି ଆସୁଥିଲେ ମଧ୍ୟ ଆଗକୁ ନିର୍ବାଚନ ଆସୁଥିବାରୁ ଆତଙ୍କିତ ହୋଇପଡିଥିଲେ. ଓଡିଶାର କାଳିଆ ଯ଼ୋଜନା ଦେଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିତି ଏକ ଯୋଜନା ଏଥରକ କେନ୍ଦ୍ର ବଜେଟରେ ସାମିଲ କରିଛନ୍ତି. ନାଁ ରଖିଛନ୍ତି ପ୍ରଧାନମନ୍ତ୍ରୀ କିଷାନ ଯୋଜନା. ଏହି ଯୋଜନାରେ ଚାଷୀଙ୍କ ସର୍ବନିମ୍ନ ଆୟ ସୁନିଶ୍ଚିତ କରାଯାଇଛି ଏବଂ ଦୁଇ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ପ୍ରତିବର୍ଷ 6 ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି. ଏଥିରେ ଦେଶର 12 କୋଟି ଚାଷୀ ଉପକୃତ ହେବେ ଏବଂ ଡିସେମ୍ବର ପହିଲାରୁ ଏହା ପିଛିଲା ଭାବେ ଲାଗୁ କରିବାକୁ ଘୋଷଣା କରାଯାଇଛି. ଏହି ଯୋଜନାରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ. ଏଥିପାଇଁ ମୋଦୀ ସରକାର ବଜେଟରେ 75 ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ.

LEAVE A REPLY

Please enter your comment!
Please enter your name here