କାଲିଠୁ ଜଗା ଦର୍ଶନକୁ ନେଇ ହଟିବ ପ୍ରତିବନ୍ଧକ । କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିଲେ ଜଗା ଦର୍ଶନ ହୋଇପାରିବ ବୋଲି ଗତ ମାସରେ ନିଷ୍ପତ୍ତି ହୋଇଥିଲା । ଜାନୁଆରୀ ତିନି ତାରିଖରୁ ସର୍ବସାଧାରଣଙ୍କ ପାଇଁ ସର୍ତ୍ତମୂଳକ ଦରେଶନକୁ ଅନୁମତି ମିଳିଥିଲା । ମାତ୍ର ଏମିତି ସର୍ତ୍ତମୂଳକ ଅନୁମତିକୁ ନେଇ ଅସନ୍ତୁଷ୍ଟ ଥିଲେ ଭକ୍ତ । କୋଭିଡ ପରୀକ୍ଷା କରି ହାତରେ ନେଗେଟିଭ ରିପୋର୍ଟ ଧରି ଜଗା ଦର୍ଶନ କରିବାକୁ ପସନ୍ଦ କଲେନି ଭକ୍ତ । ଅଳ୍ପ କିଛି ଭକ୍ତ ଏହି ସମୟ ଭିତରେ କାଳିଆ ଦର୍ଶନ କରିବାକୁ ଯାଉଥିଲେ । ମାତ୍ର ଏଭଳି ନିୟମ ଉପରୁ ଏବେ କଟକଣା ହଟିଛି । ଆସନ୍ତାକାଲିଠୁ ଅର୍ଥାତ 21 ତାରିଖରୁ ବିନା କୋଭିଡ ରିପୋର୍ଟରେ ଭକ୍ତମାନେ କାଳିଆ ଦର୍ଶନ କରିପାରିବେ । କେବଳ ସକାଳ 6ଟାରୁ 7ଟା ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତା ପରେ ସବୁ ଭକ୍ତ ଧାଡିରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସହ ଜଗା ଦର୍ଶନ କରିପାରିବେ । ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ପ୍ରତିଦିନ 30 ହଜାର ଭକ୍ତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here