ଅଣନିଶ୍ୱାସୀ ହୋଇପଡିଲେଣି ରାଜଧାନୀବାସୀ । ଯୁଆଡେ ଦେଖିବେ ସିଆଡେ ଧୂଆଁମୟ ପରିବେଶ । ଚାରିଆଡେ ପ୍ରଦୂଷଣ ବଳୟ । ବଢୁଥିବା ପ୍ରଦୂଷଣକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା । କାଲିଠାରୁ ବନ୍ଦ ରହିବ ସମସ୍ତ ପ୍ରାଇମେରୀ ସ୍କୁଲ । ଆଜି କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଏଥିସହ ଦିଲ୍ଲୀରେ ଅଡ୍‌-ଇଭେନ୍ ଲାଗୁ କରିବା ପାଇଁ ଚିନ୍ତା କରାଯାଉଥିବା ନେଇ ମଧ୍ୟ କେଜ୍ରିୱାଲ କହିଛନ୍ତି । ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ ହେବା ସହ ପଞ୍ଚ ଶ୍ରେଣୀଠାରୁ ସମସ୍ତ ଉପରୋକ୍ତ ଶ୍ରେଣୀର ପିଲାଙ୍କ ପାଇଁ ଆଉଟ୍‌ଡୋର୍ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି। ନୋଏଡାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଛୁଟି ।

LEAVE A REPLY

Please enter your comment!
Please enter your name here