ମମିତା ମେହରଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି । ପୂର୍ବରୁ ବାରଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନେଇଥିବା କଂଗ୍ରେସ ଶେଷମୁହୂର୍ତ୍ତରେ ଛ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦେଇଛି । ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶଙ୍କୁ ସୁରକ୍ଷା ଦେଉଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି ।

ଆସନ୍ତାକାଲି ସକାଳ 6ଟାରୁ ଦିନ ବାରଟା ଯାଏଁ ଓଡିଶା ବନ୍ଦ ପାଳନ କରିବ କଂଗ୍ରେସ । ଏହି ସମୟରେ ବସ୍, ଟ୍ରେନ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ଗାଡି ମଟର, ଯାନବାହନ ଚଳାଚଳ ବନ୍ଦ ରହିବ । ଦୋକାନବଜାର, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କେବଳ ଜରୁରୀ ସେବାକୁ ବନ୍ଦରୁ ବାଦ ଦିଆଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ପିସିସି ଉପସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଦିନକୁ ଦିନ ରାଜ୍ୟରେ ନାରୀ ନିର୍ଯାତନା ବଢି ବଢି ଚାଲିଛି । ଅପରାଧୀକୁ ସରକାର ଘଣ୍ଟ ଘୋଡାଉଛନ୍ତି । ଅଧିକାଁଶ ମାମଲାରେ ଦୋଷୀକୁ ଦଣ୍ଡ ମିଳୁନି । ତେଣୁ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ ।

ନୂଆଦିଲ୍ଲୀରେ ମଧ୍ୟ କଂଗ୍ରେସ ପକ୍ଷରୁ ମମିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

LEAVE A REPLY

Please enter your comment!
Please enter your name here