ପଦ୍ମପୁରକୁ ରେଳ ସଂଯୋଗ ପାଇଁ ରାଜ୍ୟ ସରକାର କାଲି ଜାଗା ଦେଲେ ତା ପରଦିନ କାମ ଆରମ୍ଭ ହେବ । ପଦ୍ମପୁର ଉପନିର୍ବାଚନବେଳେ ଅଞ୍ଚଳକୁ ରେଳ ସଂଯୋଗ ପ୍ରସଙ୍ଗରେ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଟାର୍ଗେଟ ପରେ ଏହାର ଜବାବ ରଖିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ପଦ୍ମପୁର ପାଇକମାଳରେ ନିର୍ବାଚନ ପ୍ରଚାରବେଳେ ରେଳମନ୍ତ୍ରୀ ରାଜ୍ୟ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ରଖିଛନ୍ତି । ଏହାପୂର୍ବରୁ ବରଗଡ , ନୂଆପଡା ପଦ୍ମପୁର ରେଳପଥ ନେଇ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମନ୍ତ୍ରୀ ଟୁକୁନି ସାହୁ । ରେଳ ମନ୍ତ୍ରୀ ଏହି ଚିଠିଟିର ଉତ୍ତର ରଖି ରାଜ୍ୟସରକାର ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ତେବେ ନିର୍ବାଚନବେଳେ ରେଳ ସଂଯୋଗ ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଆଜି ରାଜ୍ୟସରକାରଙ୍କୁ ଏଭଳି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ ।

LEAVE A REPLY

Please enter your comment!
Please enter your name here