ଯୋଗଗୁରୁ ରାମଦେବ ମହିଳାଙ୍କ ପ୍ରତି ବୟାନଙ୍କୁ ନେଇ ଏବେ ତୁମ୍ବି ତୋଫାନ୍ । ଦିଲ୍ଲୀ ମହିଳା କମିଶନର ସ୍ୱାତୀ ଘଟଣାକୁ ଗୁରୁତ୍ୱର ସହ ନେଇ ରାମଦେବଙ୍କୁ ନୋଟିସ କରିଛନ୍ତି । ନିସ୍ୱାର୍ଥ କ୍ଷମା ପ୍ରାର୍ଥନା କରିବା ସହିତ ରାମଦେବଙ୍କୁ ଏଭଳି ବୟାନରୁ ନିବୃତ ରହିବାକୁ କୁହାଯାଇଛି ।
ରାମଦେବ ଗତ ଦୁଇ ଦିନ ତଳେ ମୁମ୍ବାଇ ଥାନେର ଏକ ମହିଳା ସଭାରେ କିଛି ଏଭଳି ବୟାନ ଦେଇଥିଲେ ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି । ମହିଳାମାନେ ସବୁବେଳେ ସୁନ୍ଦର ଓ ଭାଗ୍ୟଶାଳୀ । ଶାଢୀ ପିନ୍ଧିଲେ ସୁନ୍ଦର ଦେଖାଯାଆନ୍ତି , ସଲୱାର ସୁଟ୍ ରେ ବି ସୁନ୍ଦର ଦେଖାଯାଆନ୍ତି । ମୋ ଭଳି ନପିନ୍ଧିଲେ ବି ବହୁତ ଭଲ ଦିଶନ୍ତି ବୋଲି ରାମଦେବ ସଭାରେ କହିଥିଲେ । ଏହି ସଭାରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here