କର୍ପୋରେଟର ବାଇଁଆ ଓରଫ ଅମରେଶ ଜେନାଙ୍କ ଗୋଷ୍ଠୀର ପ୍ରଚଣ୍ଡ ବିରୋଧ ସତ୍ତ୍ବେ ଭୁବନେଶ୍ବର ମଧ୍ୟ ଆସନରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଆଜି ଚତୁର୍ଥ ପର୍ଯ୍ୟାୟରେ ଦଳ ଆଉ 9 ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । 9ଟି ବିଧାନସଭା ଆସନ ମଧ୍ୟରେ ରେଢାଖୋଲ ବିଧାନସଭା ଆସନରେ ରୋହିତ ପୂଜାରୀ, ତାଳଚେରରେ ବ୍ରଜକିଶୋର ପ୍ରଧାନ, ଲକ୍ଷ୍ମୀପୁରରେ ପ୍ରଭୁ ଜାନୀ, ବାଲିଗୁଡାରେ ଚକ୍ରମଣି କହଁର, ନର୍ଲାରେ ନବାଗତା ମନୋରମା ମହାନ୍ତି ଏବଂ ପାରାଦୀପରେ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ନର୍ଲା ବିଧାନସଭା ଆସନରେ ବିଧାୟକ ଥିବା ଭୂପିନ୍ଦର ସିଂ ଙ୍କୁ ଦଳ ଟିକଟ ଦେଇନାହିଁ । 2014ରେ ଭୂପିନ୍ଦର ବିରୋଧୀ ଦଳ ନେତା ଥିବା ବେଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ସେହିପରି ପାରାଦୀପରେ ବିଧାୟକ ସମ୍ବିତ ରାଉତରାୟଙ୍କ ବଦଳରେ ଦଳ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here