ତଳିଆ ଏବଂ ଉପକୁଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବନ୍ୟା ପାଣି ପଶିବା ଫଳରେ ଜଗତସିଂହପୁର ଜିଲ୍ଲାରେ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ବନ୍ଦ କରିବାକୁ ସବୁ ବିଇଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପାଣି ପଶିଥିବା ବା ପଶିବାକୁ ସମ୍ଭାବନା ଥିବା ସ୍କୁଲକୁ ବନ୍ଦ ନିର୍ଦ୍ଦେଶ ରହିଛି । ସ୍କୁଲର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପରାମର୍ଶ ବି ଦିଆଯାଇଛି ।
ନୟାଗଡ ଜିଲ୍ଲାର ୩ଟି ବ୍ଲକରେ ୩୨ଟି ସ୍କୁଲ ୨ ଦିନ ବନ୍ଦ ନିର୍ଦ୍ଦେଶ । ଆଜି ଓ ଆସନ୍ତାକାଲି ବନ୍ଦ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଣିଆରେ ୧୧, ଖଣ୍ଡପଡାରେ ୨, ଓ ଭାପୁରରେ ୧୨ଟି ସ୍କୁଲ ବନ୍ଦ ରହିବ । କିନ୍ତୁ ସମ୍ପୃକ୍ତ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here