ନା ଥମୁଛି ସଙ୍କ୍ରମଣ ନା କମୁଛି ମୃତ୍ୟୁ । ରାଜ୍ୟରେ ଆଉ ୧୯ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଅନୁଗୁଳ, ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ ଓ ଗଜପତିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଞ୍ଜାମ, ଝାରସୁଗୁଡା, ପୁରୀ, ରାୟଗଡା ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଯାଜପୁର, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡରୁ ଜଣେ ଲେଖାଏଁ କୋଭିଡରେ ପ୍ରାଣ ହରାଇଛନ୍ତି । ଏହାସହିତ ଆଜି ବି ପଜିଟିଭ୍ ସଂଖ୍ୟା ୧୦ ହଜାର ଉପରେ ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୬୩୫ କରୋନା ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬,୦୧୨ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୪,୬୨୩ । ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ଦିନକରେ ୧୫୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରେ ୯୪୩ ରହିଛି ପଜିଟିଭ୍ ସଂଖ୍ୟା । କଟକରେ ୮୮୭, ସମ୍ବଲପୁର-୬୪୧, ଅନୁଗୁଳ-୫୫୯, ବରଗଡ-୪୪୩, ବଲାଙ୍ଗୀର-୩୧୮, ଝାରସୁଗୁଡା-୪୫୬, କଳାହାଣ୍ଡି-୪୬୯, ନବରଙ୍ଗପୁର-୩୩୬,ପୁରୀ-୪୩୪, ନୂଆପଡା-୩୨୪, ବାଲେଶ୍ୱର-୩୦୧, ଯାଜପୁର-୨୯୦, ଷ୍ଟେଟପୁଲ-୨୭୩, ଗଞ୍ଜାମ-୨୬୬, ନୟାଗଡ-୨୫୩, କେନ୍ଦୁଝର-୧୯୩, ରାୟଗଡା-୧୫୮, ମୟୂରଭଞ୍ଜ ଓ ବୌଦ୍ଧରୁ ୧୭୯ ଲେଖାଏଁ , ସୁବର୍ଣ୍ଣପୁରରୁ ୧୪୯ ଚିହ୍ନଟ । ଢେଙ୍କାନାଳ-୧୪୬, ଦେବଗଡ-୧୩୭, କୋରାପୁଟ-୧୨୭, ଜଗତସିଂହପୁର-୧୪୦, କେନ୍ଦ୍ରାପଡା-୧୧୭, ଗଜପତି-୧୦୧, ଭଦ୍ରକ-୧୦୦, ମାଲକାନଗିରି-୭୯, କନ୍ଧମାଳରୁ ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୪୮ ହଜାର ୭୫୭ ନମୂନା ଟେଷ୍ଟିଂ କରାଯାଇଥିଲା । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here