ଆସୁଥିବା ବାତ୍ୟା ପାଇଁ ଜିଲ୍ଲାପାଳମାନଙ୍କୁ ସଜାଗ କଲେ ଏସଆରସି । ପରିସ୍ଥିତି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡିକର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ କହିଲେ । ଜଳ ବନ୍ଦୀ, ବନ୍ୟା ଭଳି ସ୍ଥିତି ଓ ଭୁସ୍କଳନ ହେବା ନେଇ ସତର୍କସୂଚନା । ଅହୋରାତ୍ର କଣ୍ଟ୍ରୋଲ ରୁମ ଚାଲୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ କହିଛି ପାଣିପାଗ ବିଭାଗ । ୩ରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା , ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ , ପୁରୀ , ଜଗତସିଂହପୁରର କିଛି ଜାଗାରେ ଅତି ପ୍ରବଳ ବର୍ଷିପାରେ । ୫ ତାରିଖରେ ମଧ୍ୟ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୩ ରାତିରୁ ୪ ତାରିଖ ପର୍ଯ୍ୟନ୍ତ ପବନ ବେଗ କ୍ରମେ ବଢି ଚାଲିବ । ବାତ୍ୟା ଉପକୂଳ ନିକଟତର ହେଲେ ପବନ ୯୦ କିମି ପର୍ଯ୍ୟନ୍ତ ଯାଇପାରେ ।

LEAVE A REPLY

Please enter your comment!
Please enter your name here