ଘରୋଇ ମାଟିରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଦୁର୍ବଳ ଓ୍ଵେଷ୍ଟଇଣ୍ଡିଜକୁ ଇନିଂସ ଓ 272 ରନରେ ପରାସ୍ତ କରିଛି. ଏଥିସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 1-0 ରେ ଆଗୁଆ ରହିଛି. 468 ରନ ପଛରେ ଥିବା ଓ୍ଵେଷ୍ଟଇଣ୍ଡିଜ ମଧ୍ୟ ଦ୍ଵିତୀୟ ପାଳିରେ ଖରାପ ବ୍ୟାଟିଂ କରି 196 ରନରେ ଅଲଆଉଟ୍ ହୋଇଛି. ତେବେ ଭାରତ ପ୍ରଥମ ପାଳିରେ 9 ଓ୍ଵିକେଟ୍ ହରାଇ 649 ରନରେ ପାଳି ଘୋଷଣା କରିଥିଲା. ଅନ୍ୟପଟେ ଓ୍ଵେଷ୍ଟଇଣ୍ଡିଜ ଦଳ ଭାରତୀୟ ବୋଲରଙ୍କ ସାମ୍ନା କରିନପାରି ପ୍ରଥମ ପାଳିରେ  181ଓ ଦ୍ଵିତୀୟ ପାଳିରେ 196 ରନରେ ଅଲଆଉଟ୍ ହୋଇଛି. ଯଦି  ଟେଷ୍ଟ କଥା କୁହାଯାଏ ତାହାଲେ ଇନିଂସ ଓ ରନ ମାମଲାରେ ଭାରତର ଏହା ସବୁଠୁ ବଡ଼ ବିଜୟ. ଗତକାଲି ଭାରତ 649/9 ରେ ପାଳି ଘୋଷଣା କରିବା ପରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା 6 ଓ୍ଵିକେଟ୍ ହରାଇ 94 ରନ କରିଥିଲା. ତୃତୀୟ ଦିନରେ ବ୍ୟାଟିଂ ଆରମ୍ଭ କରି ଦଳ 181 ରନରେ ଅଲଆଉଟ୍ ହୋଇ ଫଲୋଅନର ସମ୍ମୁଖୀନ ହୋଇଥିଲା. ପ୍ରଥମ ପାଳିରେ ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ରୋଷ୍ଟନ ଚେଜ 53 ଓ କିମୋ ପାଉଲ 47 ରନ କରିଥିଲେ। ଏହା ପରେ ଦ୍ଵିତୀୟ ପାଳି ଆରମ୍ଭ କରିଥିବା ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା. ବିଶେଷ କରି ଭ୍ରମଣକାରୀ ଦଳ ବୋଲର କୁଲଦୀପ ଯାଦବଙ୍କ ବୋଲର ଉଚିତ୍ ମୁକାବିଲା କରିପାରିନଥିଲେ. ଦଳ  32 ରନରେ ପ୍ରଥମ ଓ୍ଵିକେଟ୍ ହରାଇବା ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା. ଓ୍ଵେଷ୍ଟଇଣ୍ଡିଜର ଦ୍ଵିତୀୟ ପାଳିରେ ଭାରତ ପକ୍ଷରୁ କୁଲଦୀପ ଯାଦବ 57 ରନ ଦେଇ 5 ଓ୍ଵିକେଟ୍ ନେଇଛନ୍ତି. ଟେଷ୍ଟ କ୍ୟାରିୟରରେ କୁଲଦୀପଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ. ଏହି ପରି ଅଶ୍ଵିନ 2 ଓ ରବୀନ୍ଦ୍ର ଜାଡ଼େଜା 3 ଟି ଓ୍ଵିକେଟ୍ ନେଇଛନ୍ତି.  ଦ୍ଵିତୀୟ ପାଳିରେ ଓ୍ଵେଷ୍ଟଇଣ୍ଡିଜର ସମସ୍ତ 10 ଓ୍ଵିକେଟ୍ ଭାରତୀୟ ସ୍ପିନର ନେଇଛନ୍ତି.

 

 

 

Twitter Ads info and privacy

 

LEAVE A REPLY

Please enter your comment!
Please enter your name here